ETV Bharat / sitara

ରଣବୀରଙ୍କୁ କେମିତି ଲାଗିଲା ଗଙ୍ଗୁବାଇ କାଠିଆୱାଡି ? ଏମିତି ଜବାବ ଦେଲେ ଆଲିଆ

author img

By

Published : Feb 26, 2022, 4:55 PM IST

ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ଫେବୃଆରୀ 25ରେ ରିଲିଜ ହୋଇସାରିଛି । ଫିଲ୍ମକୁ ନେଇ କ୍ରିଟିକ୍ସ ଏବଂ ଦର୍ଶକଙ୍କ ପ୍ରତିକ୍ରିୟା ଭଲ ଆସୁଛି । ଏନେଇ ଆଲିଆ ଭଟ୍ଟଙ୍କୁ ପଚରାଯାଇଥିଲା କି, ରଣବୀର କପୁର ଏହି ଫିଲ୍ମ ଉପରେ କଣ ରିଆକ୍ସନ ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଆଲିଆ କିଛି ମଜାଳିଆ କଥା କହିଛନ୍ତି । ଅଧିକ ପଢନ୍ତୁ

ରଣବୀରଙ୍କୁ କେମିତି ଲାଗିଲା ଗଙ୍ଗୁବାଇ କାଠିଆୱାଡି

ହାଇଦ୍ରାବାଦ: ଫେମସ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ପ୍ରେକ୍ଷାଳୟରେ ଚାଲିଛି । ଫିଲ୍ମ ଗତକାଲି ଅର୍ଥାତ ଫେବୃଆରୀ 25ରେ ରିଲିଜ ହୋଇସାରିଛି। ଫିଲ୍ମକୁ ନେଇ କ୍ରିଟିକ୍ସ ଏବଂ ଦର୍ଶକଙ୍କ ପ୍ରତିକ୍ରିୟା ଭଲ ଆସୁଛି । ଏନେଇ ଆଲିଆ ଭଟ୍ଟଙ୍କୁ ପଚରାଯାଇଥିଲା କି, ରଣବୀର କପୁର ଏହି ଫିଲ୍ମ ଉପରେ କଣ ରିଆକ୍ସନ ଦେଇଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ଆଲିଆ କିଛି ମଜାଳିଆ କଥା କହିଛନ୍ତି ।

ଆଲିଆ ଭଟ୍ଟ ବର୍ତ୍ତମାନ ମୁମ୍ବାଇରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'ର ପ୍ରମୋସନ କରୁଛନ୍ତି । ସେ ଖୋଲାଖୋଲି ଭାବେ ତାଙ୍କ ପ୍ରଶଂସକଙ୍କ ଭିତରେ ନଜର ଆସୁଛନ୍ତି । ଯେତେବେଳେ ସାମ୍ବାଦିକମାନେ ଫିଲ୍ମକୁ ନେଇ ତାଙ୍କ ପ୍ରେମିକ ରଣବୀର କପୁରଙ୍କ ପ୍ରତିକ୍ରିୟା ପଚାରିଥିଲେ, ସେତେବେଳେ ଆଲିଆଙ୍କଠାରୁ ହିଁ ଶୁଣନ୍ତୁ, ରଣବୀର ଫିଲ୍ମକୁ ନେଇ କ’ଣ କହିଛନ୍ତି ।

ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ବିଷୟରେ କହିବାକୁ ଗଲେ ନାନା ବାଦ ବିବାଦ ପରେ ପ୍ରେକ୍ଷାଳୟରେ ପହଞ୍ଚି ସାରିଛି । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ 'ଗଙ୍ଗୁବାଇ'ର ଭୂମିକାରେ ଅଭିନୟ କରିଛନ୍ତି। ଅଜୟ ଦେବଗନ ଏହି ଚଳଚ୍ଚିତ୍ରରେ କରିମ ଲାଲା ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଅଭିନେତା ବିଜୟ ରାଜ, ଅଭିନେତ୍ରୀ ସୀମା ପହୱା ଏବଂ ହୁମା କୁରେଶି ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.