ହାଇଦ୍ରାବାଦ: ପ୍ରିୟଙ୍କା ଏବେ ଫିଲ୍ମ ପାଇଁ କମ ମାତ୍ର ନିଜର ହଟ ଓ ବୋଲ୍ଡ ଫଟୋସୁଟ ପାଇଁ ବେଶି ଚର୍ଚ୍ଚାରେ ଅଛନ୍ତି । ନିକଟରେ ପ୍ରିୟଙ୍କା ଏକ ମାଗାଜିନ ପାଇଁ ଫଟୋସୁଟ କରେଇଛନ୍ତି । ଯେଉଁଥିରେ ପ୍ରିୟଙ୍କା ବ୍ୟାକଲେସ ସାଢୀରେ ନଜର ଆସିଥିଲେ ।
ତେବେ ଫଟୋସୁଟରେ ଦେଶୀଗାର୍ଲ ଶାଢୀରେ ନଜର ଆସିଥିଲେ ମଧ୍ୟ ବ୍ୟାକଲେସ ପିନ୍ଧିଥିଲେ । ମାଗାଜିନର କଭର ପେଜର ଫଟୋ ସେୟାର କରିଥିଲେ ପ୍ରିୟଙ୍କା ।
ବ୍ୟାକଲେସ ସହ ଆଉ ଏକ ଲୁକରେ ମଧ୍ୟ ନଜର ଆସିଛନ୍ତି ପ୍ରିୟଙ୍କା । ଏଥିରେ ଶାଢୀକୁ ସର୍ଟ ଓ ଲଙ୍ଗ ସ୍କଟ ଭଳି ପିନ୍ଧିଥିଲେ । ତେବେ ଫଟୋ ସୁଟ ସମୟରେ ପ୍ରିୟଙ୍କା ଏକ ମସ୍ତିବାଲା ଭିଡିଓ ମଧ୍ୟ ଭାଇରାଲ ହୋଇଛି ।