ETV Bharat / sitara

ହନିଙ୍କ ଠୁମକାରେ ନାଚିଲେ ‘ପାଗଲପନ୍ତୀ’ ଷ୍ଟାର୍ସ, ଦେଖନ୍ତୁ ଭିଡିଓ - ଜନ ଅବ୍ରାହମଙ୍କ ଆଗାମୀ ଫିଲ୍ମ ପାଗଲପନ୍ତୀ

ରିଲିଜ ହୋଇଯାଇଛି ‘ପାଗଲପନ୍ତୀ’ର ନୂଆ ଗୀତ ‘ଠୁମକା’ । ଯାହାକୁ ଗାଇଛନ୍ତି ୟୋ ୟୋ ହନି ସିଂ। ଗୀତରେ ଜନ ଅବ୍ରାହମଙ୍କ ସହ ‘ପାଗଲପନ୍ତୀ’ର ଷ୍ଟାରକାଷ୍ଟ ନଜର ଆସୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛି ଏହି ଗୀତ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
author img

By

Published : Nov 2, 2019, 6:13 PM IST

ମୁମ୍ବାଇ: ରକଷ୍ଟାର ୟୋ ୟୋ ହନି ସିଂ ନିଜ ଦମଦାର ଗୀତ ପାଇଁ ବିଶ୍ବରେ ଫେମସ । ଆଉ ଯେତେବେଳେ ତାଙ୍କର କୌଣସି ଗୀତ ରିଲିଜ ହୁଏ ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଛାଇ ଯାଏ। ନିକଟରେ ମ୍ୟୁଜିକ ସେନ୍ସସନ ହନି ସିଂଙ୍କୁ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ବିଟି’ ପାଇଁ ସର୍ବଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ରୂପେ ଆଇଫା ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାରକୁ ନିଜ ନାଁରେ କରିସାରିବା ପରେ ଏବେ ହନି ପୁଣି ନିଜର ସେହି ଅନ୍ଦାଜ ନେଇ ଦର୍ଶକଙ୍କ ସାମ୍ନାକୁ ଫେରିଛନ୍ତି।

ଇତିମଧ୍ୟରେ ରିଲିଜ ହୋଇଯାଇଛି ତାଙ୍କର ନୂଆ ଗୀତ ‘ଠୁମକା’ । ଏହି ଗୀତଟି ଜନ ଅବ୍ରାହମଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ପାଗଲପନ୍ତୀ’ର ଗୀତ । ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଠୁମକା ଲଗାଇବାକୁ ଭୁଲିବେ ନାହିଁ । ବର୍ତ୍ତମାନ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ଏହି ଗୀତ । ପ୍ରକାଶ ଥାଉକି ହନି ସିଂଙ୍କ ପ୍ରଶଂସକଙ୍କ କେବଳ ଭାରତରେ ନୁହେଁ ବରଂ ପୁରା ବିଶ୍ବରେ ଅଗଣିତ ।

  • " class="align-text-top noRightClick twitterSection" data="">

ଯଦି ‘ପାଗଲପନ୍ତୀ’ ଫିଲ୍ମ ବିଷୟରେ କଥା ହେବା ତେବେ ଜନଙ୍କ ସହ ଏହି ଫିଲ୍ମରେ କ୍ରିତି ଖରବନ୍ଦା, ପୁଲକିତ ସମ୍ରାଟ, ଇଲିୟାନା ଡିକ୍ରୁଜ, ସୌରଭ ଶୁକ୍ଲା ନଜର ଆସିବେ । ବର୍ତ୍ତମାନ ଫିଲ୍ମର ପ୍ରମୋଶନ କରିବାରେ ବ୍ୟସ୍ତ ଷ୍ଟାରକାଷ୍ଟ । ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଲାଣି ଫିଲ୍ମ । ନଭେମ୍ବର 22ରେ ଦର୍ଶକଙ୍କୁ ହସାଇବ ଏହି ଫିଲ୍ମ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.