ମୁମ୍ବାଇ: ଲକଡାଉନରେ ଦର୍ଶକଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। ଯାହା ତାଙ୍କୁ ପୁଣିଥରେ ଉତ୍ସାହିତ କରିଦେବ। କାରଣ ବିଶ୍ବର ସବୁଠାରୁ ପପୁଲାର ଫିଲ୍ମ ‘ଅବତାର’ ପରଦାରେ ଦେଖିବାକୁ ଯାଉଛନ୍ତି ଦର୍ଶକ । ଆଜ୍ଞା ହଁ, ଆସନ୍ତା ସପ୍ତାହରେ ନ୍ୟୁଜିଲ୍ୟାଣ୍ଡରେ ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଅବତାର' ସିକ୍ବେଲର ପୁନଃ କାର୍ଯ୍ୟ ଆରମ୍ଭ ହେବ ବୋଲି ଯୋଜନା କରୁଛନ୍ତି ମେକର୍ସ। ଏହାର ସୂଚନା ଫିଲ୍ମ ନିର୍ମାତା ଜନ ଲାଣ୍ଡଉ ସୋସିଆଲ ମିଡିଆରେ ଦେଇଛନ୍ତି।
ଜନ୍ ଟ୍ବିଟରେ କହିଛନ୍ତି ଯେ ସେ ଏବଂ ବାକି 'ଅବତାର' କାଷ୍ଟ ଓ କ୍ରୁ ସଦସ୍ୟମାନେ ଆସନ୍ତା ସପ୍ତାହରେ ନ୍ୟୁଜିଲ୍ୟାଣ୍ଡକୁ ଫେରିବେ। ସେ ଫିଲ୍ମର ଦୁଇଟି ଅଣ୍ଡର ୱାଟର ଜାହାଜର ଚିତ୍ର ସେୟାର କରି ଲେଖିଛନ୍ତି, ‘ଆମର ଅବତାର ସେଟ୍ ପ୍ରସ୍ତୁତ ଏବଂ ଆସନ୍ତା ସପ୍ତାହରେ ନ୍ୟୁଜିଲ୍ୟାଣ୍ଡକୁ ଫେରିବାକୁ ଆମେ ଉତ୍ସାହିତ।’
ପ୍ରକାଶ ଥାଉକି ‘ଅବତାର’ ସିକ୍ବେଲରେ କାମ ନ୍ୟୁଜିଲ୍ୟାଣ୍ଡ ସରକାର ମାର୍ଚ୍ଚରେ କରୋନା ଭାଇରସ ମହାମାରୀ ହେତୁ ଲକଡାଉନ ନିର୍ଦ୍ଦେଶ ଦେବା ପରେ ବନ୍ଦ ହୋଇଯାଇଥିଲା।