ମୁମ୍ବାଇ: ବଲିଉଡରେ ଚାଲିଛି ବାୟୋପିକର ଟ୍ରେଣ୍ଡ । ଏମିତିରେ ଇଣ୍ଡିଆନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୈାରଭ ଗାଙ୍ଗୁଲିଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ଚାହାଁନ୍ତି ଫ୍ୟାନ୍ସ । କିନ୍ତୁ ପ୍ରଶ୍ନ ଉଠୁଛି କି, ସୈାରଭ ଗାଙ୍ଗୁଲିଙ୍କ ଭୂମିକାରେ ଅନ୍ ସ୍କ୍ରିନରେ କିଏ ନଜର ଆସିବେ? ଆଉ ଏହାର ଉତ୍ତର ଦେଇଛନ୍ତି ବଲିଉଡର ଭର୍ସାଟାଇଲ ଆକ୍ଟର ହ୍ରିତିକ ରୋଶନ ।
ଖବରରୁ ଜଣାପଡିଛି କି, ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ‘ବିସିସିଆଇ’ର ମୁଖ୍ୟ ସୈାରଭ ଗାଙ୍ଗୁଲିଙ୍କୁ ଦେଖା କରିବା ପାଇଁ ଯାଇଥିଲେ ଏବଂ ତାଙ୍କ ଉପରେ ଏକ ବାୟୋପିକ ବନେଇବା ପାଇଁ କଥା ହୋଇଥିଲେ ।
ଏମ.ଏସ ଧୋନି ଏବଂ ସଚିନ ତେନ୍ଦୁଲକରଙ୍କ ପରେ ସୈାରଭ ଗାଙ୍ଗୁଲିଙ୍କ ବାୟୋପିକ ଦେଖିବା ପାଇଁ ଦର୍ଶକମାନେ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି । କିନ୍ତୁ ଏହା ଉପରେ ନିର୍ଦ୍ଦେଶକ ସଠିକ ଭାବରେ କୈାଣସି ମତାମତ ପ୍ରକାଶ କରିନାହାଁନ୍ତି ।
ଏହା ପୂର୍ବରୁ ଖବର ଥିଲା କି, ଟିଭି କଣ୍ଟେଟ କୁଇନ ଏକତା କପୁର ସୈାରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ ବନେଇବା ପାଇଁ ଇଛୁକ ଥିଲେ । ଏହି ବାୟୋପିକ ଉପରେ ଏକତା କପୁର ସୈାରଭ ଗାଙ୍ଗୁଲିଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ । କିନ୍ତୁ କଥା ବେଶି ଆଗକୁ ବଢିପାରିନଥିଲା ।
ସୈାରଭ ଗାଙ୍ଗୁଲି କହିଥିଲେ କି, ସେ କେବେ ତାଙ୍କ ବାୟୋପିକ ବିଷୟରେ ଭାବିନଥିଲେ । କିନ୍ତୁ ଯେତେବେଳେ ଠିକ ସମୟ ଆସିବ ସେତେବେଳେ ତାଙ୍କର ବାୟୋପିକ ଆସିବ ଓ ଆଶା ଅଛି କି ଏହାକୁ ଦର୍ଶକମାନେ ଖୁବ ପସନ୍ଦ ବି କରିବେ ।
ଏବେ ଦେଖିବାକୁ ରହିଲା କି, ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ସୈାରଭ ଗାଙ୍ଗୁଲିଙ୍କ ବାୟୋପିକ ନେଇ କ’ଣ ଘୋଷଣା କରୁଛନ୍ତି ଏବଂ ଯଦି ଏମିତି କିଛି ହୁଏ ତେବେ ଫିଲ୍ମରେ ସୈାରଭ ଗାଙ୍ଗୁଲିଙ୍କ ଭୂମିକାରେ ହ୍ରିତିକ ରୋଶନ ଅଭିନୟ କରିବେ କି ନାହିଁ ?