ETV Bharat / sitara

47 @ହିମେଶ, କେକ କାଟିଲେ ପତ୍ନୀ ସୋନିଆ

author img

By

Published : Jul 23, 2020, 7:19 PM IST

ଭାଇରାଲ ହେଲା ହିମେଶଙ୍କ ବର୍ଥଡେ ଭିଡିଓ । ଜନ୍ମଦିନରେ ଫ୍ୟାନ୍ସଙ୍କ ପାଇଁ କଲେ ଶାନଦାର ପ୍ରାର୍ଥନା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମେଶ ରେଶମିୟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମେଶ ରେଶମିୟା

ମୁମ୍ବାଇ: ଫେସମ ଗାୟକ, ସଙ୍ଗୀତକାର ହିମେଶ ରେଶମିୟା ଆଜି ନିଜର 47ତମ ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ଆରମ୍ଭ କରିଦେଇଛନ୍ତି। ଏହି ଖାସ୍ ଅବସରରେ ସେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ। ଯେଉଁଥିରେ ତାଙ୍କ ପତ୍ନୀ ସୋନିଆ କପୁର କେକ କାଟୁଥିବାର ନଜର ଆସୁଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ହିମେଶଙ୍କ ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେହିପରି ସେ ଭିଡିଓରେ ଏହା କହୁଥିବାର ସେ ନଜର ଆସୁଛନ୍ତି, ‘ଆପଣଙ୍କୁ ଧନ୍ୟବାଦ ମତେ ୱିଶ କରୁଥିବାର । ଏବର୍ଷ ମୁଁ ବର୍ଥଡେ ଭିନ୍ନ ରୂପେ ସେଲିବ୍ରେଟ କରୁଛି । କୋରୋନା ମହାମାରୀ ପାଇଁ । ବନ୍ଧୁମାନେ ବି ଦୂରରେ ଅଛନ୍ତି, ‘ହେଲେ ଆପଣ ମୋ ହୃଦୟରେ ସବୁବେଳେ ରହିଆସୁଛ। କୋରୋନା ଶେଷ ହୋଇଯାଉ, ପୁଣି ଆପଣଙ୍କ ଜୀବନରେ ଖୁସିଭରି ଯାଉ ଏହି ପ୍ରାର୍ଥନା ମୁଁ କରୁଛି।’

ପ୍ରକାଶ ଥାଉକି ଶେଷଥର ହିମେଶ ‘ହାପି ହାର୍ଡି ଆଣ୍ଡ ହୀର’ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ଡବଲ ରୋଲ ଦେଖିବାକୁ ମିଳିଥିଲା । ହେଲେ ବକ୍ସ ଅଫିସରେ ଖାସ୍ କମାଲ କରିପାରିନଥିଲା ଫିଲ୍ମ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.