ETV Bharat / sitara

ପୁଣି ସାମ୍ନାକୁ ଆସିଲା ହିମେଶ-ସୋନୁଙ୍କ ଝଗଡା

author img

By

Published : May 17, 2020, 8:37 PM IST

ହିମେଶ ରେଶମିୟାଙ୍କ ବିଷୟରେ ଆଶ୍ଚର୍ଯ୍ୟକର ବୟାନ ଦେଇ ଚର୍ଚ୍ଚାରେ ସୋନୁ ନିଗମ । 2006ରେ ଏହି ଦୁଇଜଣଙ୍କ ବନ୍ଧୁତାରେ ପଡିଥିଲା ଫାଟକ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁ୍ମ୍ବାଇ: ସଙ୍ଗୀତ ଜଗତର ଦୁଇ ବଡ ନାମ ହମେଶ ରେଶମିୟା ଓ ସୋନୁ ନିଗମଙ୍କ ମଧ୍ୟରେ ପୁଣି ଦେଖା ଦେଲା ସମସ୍ୟା । ଯାହା ଏହି ସମୟରେ ସମସ୍ତଙ୍କ ସାମ୍ନାକୁ ଆସିଛି। ଏକ ୱେବ ସାଇଟ ସହ କଥାବାର୍ତ୍ତା ସମୟରେ ସୋନୁ ଖୁଲାସା କରିଛନ୍ତି ଯେ ସେ କେବେ ମଧ୍ୟ ହିମେଶଙ୍କ ସହ କାମ କରିବାକୁ ପସନ୍ଦ କରିବେ ନାହିଁ। ଏବେ ତାଙ୍କ ଏହି ବୟାନକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ।

ସେ ସାକ୍ଷାତକାରରେ କହିଥିଲେ, ‘ହିମେଶଙ୍କ ମାମଲାରେ ସେ ସବୁବେଳେ ଭିନ୍ନ । ହିମେଶଙ୍କ ପୁରା ଇଣ୍ଡଷ୍ଟ୍ରିରେ କାହା ସହିତ ଭଲ ବନ୍ଧୁତା ନାହିଁ । କେବଳ ତାଙ୍କ ସହକର୍ମୀ ଥାଆନ୍ତି। ହେଲେ ମୋର ଇଣ୍ଡଷ୍ଟ୍ରିରେ ଅନେକ ବନ୍ଧୁ ଅଛନ୍ତି । ହିମେଶଙ୍କ ପିତା ମତେ ଖୁବ୍ ସ୍ନେହ କରୁଥିଲେ। ସେହି ସମୟରେ ମତେ ସେ ଘରକୁ ଡାକୁଥିଲେ ଯେବେ ମୋର ସୁପର ଷ୍ଟାରଡମ ଥିଲା । ମୁଁ ତାଙ୍କ ସହ ଅନେକ ଫିଲ୍ମର ଗୀତ ଉପରେ କାମ କରିଛି । ହେଲେ ତାଙ୍କୁ ସଫଳତା ମିଳିବା ପରେ ସେ ମତେ ଘରକୁ ଆଉ ଡାକିଲେ ନାହିଁ। ମୋ ପାଖରେ କହିବା ପାଇଁ ଅନେକ କାହାଣୀ ଅଛି। କିନ୍ତୁ ଏବେ ସାକ୍ଷାତ କଲେ ଆମେ ପ୍ରେମରେ ସାକ୍ଷାତ ମଧ୍ୟ କରୁଛୁ।’

ପ୍ରକାଶ ଥାଉକି ହିମେଶ ଓ ସୋନୁଙ୍କ ମଧ୍ୟରେ ଏହି ଫାଟ 2006ରେ ସୃଷ୍ଟି ହୋଇଥିଲା । ଯେବେ ଏକ ପ୍ରେସ କନଫ୍ରେନ୍ସରେ ହିମେଶ ନିଜକୁ ଜଣେ ରକଷ୍ଟାର କହିଥିଲେ । ଆଉ ସୋନୁଙ୍କ ଖୁବ୍ ମଜାକ ଉଡାଇଥିଲେ । ଖାଲି ଏତିକି ନୁହେଁ ସୋନୁଙ୍କ ଲୋକପ୍ରିୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.