ମୁମ୍ବାଇ: ବୁଧବାର ଦିନ ଅଭିନେତ୍ରୀ ଜେନେଲିଆ ଦେଶମୁଖ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି ।
ଏହି ଅବସରରେ ଜେନେଲିଆଙ୍କ ସ୍ୱାମୀ ତଥା ଅଭିନେତା ରିତେଶ ଦେଶମୁଖ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜେନେଲିଆଙ୍କୁ ବର୍ଥ ଡେ ଓ୍ବିଶ କରିଛନ୍ତି ।
ଫଟୋରେ ରିତେଶ ଜେନେଲିଆଙ୍କ କପାଳରେ କିସ କରୁଥିବାର ଦେଖିବାକୁ ମିଳିଛି ।
ଫଟୋର କ୍ୟାପସନରେ ରିତେଶ ଲେଖିଛନ୍ତି, ତୁମେ ମୋର ସର୍ବୋତ୍ତମ ବନ୍ଧୁ, ମୋର ଖୁସି, ମୋର ସାଥୀ, ମୋର ସୁଖ, ମୋର ଗାଇଡ୍, ଏବଂ ତୁମେ ମୋ ଜୀବନର ସବୁକିଛି । ତୁମକୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ବାଇକୋ ।
- " class="align-text-top noRightClick twitterSection" data="
">
ଏହାର ଉତ୍ତରରେ ଜେନେଲିଆ ଲେଖିଛନ୍ତି, ତୁମେ ମୋର ସବୁକିଛି । ମୁଁ ତୁମକୁ ବହୁତ ଭଲ ପାଏ ।
ପ୍ରକାଶ ଥାଉ କି, ଜେନେଲିଆ ଏବଂ ରିତେଶ 2012 ମସିହା ଫେବୃଆରୀ ରେ ବିବାହ କରିଥିଲେ । ସେମାନଙ୍କର ଦୁଇ ପୁଅ ରାହୁଲ ଏବଂ ରିୟାନ୍ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ