ହାଇଦ୍ରାବାଦ: ବି-ଟାଉନର ବେବୋ କରୀନା କପୁର ଖାନ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାର ଗୋଟିଏ ମାସ ପରେ ନିଜ କାମକୁ ଫେରିଥିଲେ । କିଛି ଦିନ ପୂର୍ବେ ତାଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରେ ଦେଖିବାକୁ ମିଳିଥିଲା । ସେ ସେଲିବ୍ରିଟି କୁକିଂ ଶୋରେ ଖୁବଶୀଘ୍ର ନଜର ଆସିବେ ।
- " class="align-text-top noRightClick twitterSection" data="
">
ଏବେ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବା ପରେ ଅଭିନେତ୍ରୀ ବର୍ତ୍ତମାନ ନିଜର ପୁରୁଣା ରୂପକୁ ଫେରିବାକୁ ତଥା ନିଜର ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି ।
ରବିବାର ଦିନ କରୀନା ଇନଷ୍ଟାଗ୍ରାମରେ ଏକ ସ୍ମାର୍ଟଓ୍ବାଚରେ ନିଜର କ୍ୟାଲୋରୀ ବର୍ନ କାଉଣ୍ଟର ଝଲକ ସେୟାର କରିଛନ୍ତି ।
ଫଟୋ ସେୟାର କରି କ୍ୟାପସନରେ କରୀନା ଲେଖିଛନ୍ତି, ଲକଡାଉନ୍ ମାନେ ନୁହେଁ କି ଛାଡିଦେବା ।
କରୀନାଙ୍କ ଏହି ପୋଷ୍ଟର କମେଣ୍ଟ ବକ୍ସରେ ସବା ଅଲି ଖାନ ଲେଖିଛନ୍ତି, ପ୍ରେରଣା .... ସୁରକ୍ଷିତ ରୁହନ୍ତୁ ଏବଂ ଫିଟ୍ ରୁହନ୍ତୁ ।
ପ୍ରକାଶ ଥାଉ ଯେ, ଯଦି କରୀନାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେଲା ତାହାଲେ ସେ ସୁପରଷ୍ଟାର ଆମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ । ଏହି ଫିଲ୍ମ ହଲିଉଡର ପପୁଲାର ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଫିଲ୍ମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ