ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଜଣେ ଟାଟୁ ପ୍ରେମୀ । ସେ ପୂର୍ବରୁ ଦୁଇଟି ଟାଟୁ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ବେକରେ ଗୋଟିଏ ଟାଟୁ କରିବାକୁ ଚାହାଁନ୍ତି, କିନ୍ତୁ ଜଣେ ଅଭିନେତ୍ରୀ ଭାବରେ ବୃତ୍ତିଗତ ବାଧା ଯୋଗୁଁ ତାହା କରିପାରୁ ନାହାଁନ୍ତି ।
ତାପସୀ ତାଙ୍କ ଫିଲ୍ମ ‘ପିଙ୍କ’ର ସୁଟିଂ ସମୟର ଏକ ପୁରୁଣା ଫଟୋ ବୁଧବାର ସେୟାର କରିଛନ୍ତି। ଯେଉଁଥିରେ ସେ ଟେମ୍ପୋରାରୀ ବାର୍ଡସ ଟାଟୁ ସହିତ ଚମତ୍କାର ଦେଖାଯାଉଛନ୍ତି । ଏହି ଫଟୋ ସହିତ କ୍ୟାପସନରେ ସେ ଲେଖିଛନ୍ତି, ପିଙ୍କର ପ୍ରଥମ ଟାଟୁ ପରୀକ୍ଷା ।
ଏହି ଟାଟୁ ଏକ ପକ୍ଷୀ ଯିଏ ନିଜ ଡେଣା ଖୋଲି ଉଡ଼ିବାକୁ ଚାହୁଁଛି । "ମୁଁ ନିଜେ ଜଣେ ଟାଟୁ ପ୍ରେମୀ, ଏବଂ ଏହା ବ୍ୟକ୍ତିର ବ୍ୟକ୍ତିତ୍ୱ ସହିତ ଜଡିତ । ମୋର 2 ଟି ଟାଟୁ ଅଛି ଏବଂ ମୁଁ ଚାହୁଁଛି ମୋର ତୃତୀୟ ଟାଟୁ ମୋ ବେକରେ ହେଉ । ଅଭିନେତ୍ରୀ ‘ଥପଡ’ରେ ଚମତ୍କାର ଅଭିନୟ କରିବା ପରେ ତାଙ୍କୁ "ହସିନ୍ ଦିଲରୁବା", "ରଶ୍ମୀ ରକେଟ" ରେ ଦେଖିବାକୁ ମିଳିବ।
ବ୍ୟୁରୋ ରୁପୋର୍ଟ, ଇଟିଭି ଭାରତ