ETV Bharat / sitara

100 କୋଟି କ୍ଲବରେ ସୁପର 30, ନୂଆ ରେକର୍ଡରେ କବୀର ସିଂ

ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଟପ 5 ଫିଲ୍ମରେ 'କବୀର ସିଂ' ଏକ ନମ୍ବର ସ୍ଥାନ ନିଜ ନାମରେ କରିସାରିଛି । ସେହି ପରି 'ସୁପର-30' 100 କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଛି ।

author img

By

Published : Jul 23, 2019, 5:38 PM IST

ଡିଜାଇନ ଫଟୋ

ମୁମ୍ବାଇ; ହ୍ରିତିକ ରୋଶନ ନିଜର ଚର୍ଚ୍ଚିତ ଫିଲ୍ମ 'ସୁପର 30'ର ସଫଳତାକୁ ନେଇ ଖୁବ୍ ଉତ୍ସାହିତ । କାରଣ ଫିଲ୍ମଟି ବର୍ତ୍ତମାନ 100 କୋଟି କ୍ଲବରେ ସାମିଲ ହୋଇଯାଇଛି । ଜୁଲାଇ 12ରେ ରିଲିଜ ହୋଇଥିବା 'ସୁପର 30' ନିଜର ଓପନିଂ ଡେରୁ ବକ୍ସ ଅଫିସରେ ଦମଦାର କଲେକ୍ସନ କରିବା ଆରମ୍ଭ କରିଦେଇଥିଲା । ଦର୍ଶକଙ୍କୁ ଏହି ପିଲ୍ମ ଖୁବ୍ ପସନ୍ଦ ଆସିଛି । ହ୍ରିତିକଙ୍କ ଏହି ଫିଲ୍ମ ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ ।

100 କୋଟି କ୍ଲବରେ ସାମିଲ ହେବାର ସୂଚନା ଫ୍ୟାନ୍ସଙ୍କୁ ଟ୍ବିଟରରେ ଜଣାଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ । ଅନ୍ୟପଟେ ଯଦି କଥା ହେବା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 'କବୀର ସିଂ' ଏଯାବତ ବକ୍ସ ଅଫିସରେ କବଜା କରିବସିଛି ।

ଜୁନ 21ରେ ରିଲିଜ ହୋଇଥିବା 'କବୀର ସିଂ' ଫିଲ୍ମକୁ ନେଇ କେହି ମଧ୍ୟ ଏହା ଭାବିନଥିଲେ କି ଶାହିଦ ଫିଲ୍ମରେ ଏପରି ଅଭିନୟ କରିବେ ଯାହା ରାତାରାତି ତାଙ୍କୁ ପୁଣିଥିରେ ଲାଇମଲାଇଟରେ ନେଇଆସିବ । ଜଣେ ପାଗଳ ପ୍ରେମି ଭୂମିକାରେ ଶାହିଦ ଏଯାବତ ପ୍ରଶଂସା ପାଇବାରେ ଲାଗିଛନ୍ତି । ଏହି କାରଣ ପାଇଁ ଫିଲ୍ମଟି ଏଯାବତ ଭାରତ ବକ୍ସ ଅଫିସରେ 250 କୋଟି ଏବଂ ବିଶ୍ବସ୍ତରରେ 350 କୋଟି ଆୟ କରିବାରେ ସଫଳ ହୋଇସାରିଲାଣି ।

ଖାଲି ଏତିକି ନୁହେଁ 'କବୀର ସିଂ' ନୂଆ ରେକର୍ଡ ସୃଷ୍ଟି କରିବା ସହ ଭାରତ ବକ୍ସ ଅଫିସରେ ମଧ୍ୟ ଖୁବଶୀଘ୍ର 300 କୋଟି କ୍ଲବରେ ସାମିଲ ହେବ ବୋଲି ଅନୁମାନ ଲଗାଯାଉଛି ।

ଆୟ ମାମଲାରେ ଫିଲ୍ମଟି ଏଯାବତ ଅନେକ ରେକର୍ଡ ଭାଙ୍ଗିସାରିଲାଣି । ଆଉ ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଟପ 5 ଫିଲ୍ମରେ କବୀର ସିଂ ଏକ ନମ୍ବର ସ୍ଥାନ ନିଜ ନାମରେ କରିସାରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.