ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଅନିଲଙ୍କ ପୁଅ - ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ନିଧନ

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଘୃଣା ବିସ୍ତାର ନକରିବାକୁ ଅନୁରୋଧ କଲେ ହର୍ଷବର୍ଦ୍ଧନ କପୁର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହର୍ଷବର୍ଦ୍ଧନ କପୁର

author img

By

Published : Jun 19, 2020, 4:32 PM IST

ମୁମ୍ବାଇ: ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ସୋସିଆଲ ମିଡିଆରେ ବାକ୍ ଯୁଦ୍ଧ । ଆଉ ଲୋକେ କହିବାରେ ଲାଗିଛନ୍ତି ଯେ ଆଉଟସାଇଡରଙ୍କୁ ବଲିଉଡରେ ଭେଦଭାବର ଶିକାର ହେବାକୁ ପଡିଥାଏ । ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ରାଗର ଶିକାର ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ ଓ ସୋନମ କପୁରଙ୍କ ସହ ଅନେକ ସେଲିବ୍ରିଟି ହୋଇଛନ୍ତି । ଏହି ମାମଲାରେ ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ସେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କହିଛନ୍ତି ଯେ ଏହି ସମୟ ନୁହେଁ ପରସ୍ପରକୁ ଦୋଷୀ କହିବାର ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହର୍ଷବର୍ଦ୍ଧନ କପୁର

ସେହିପରି ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ସ୍ବର୍ଗୀୟଙ୍କ ପାଇଁ ନରମ ଏବଂ ଜୀବିତ ଲୋକଙ୍କ ପାଇଁ ଘୃଣା ଆପଣାଇବା ସହଜ କଥା । ଯଦି ଆମେ କୌଣସି ଜୀବିତ ବ୍ୟକ୍ତିଙ୍କୁ ଘୃଣାରେ ଟାର୍ଗେଟ କରିବା ତେବେ କାଲି କଣ ହେବ । କାଲି ଆମେ ତାଙ୍କ ପାଇଁ ନରମ ହୋଇପାରିବା କି । ଲୋକ ଘୃଣା ବିସ୍ତାର କରି ଲୋକଙ୍କ ମୃତ୍ୟୁର କାମନା କରୁଛନ୍ତି । ଯେଉଁମାନଙ୍କର ଏହି ଘଟଣାରେ କୌଣସି ସମ୍ପର୍କ ନାହଁ । ଏହି ଦୁନିଆକୁ ଶାନଦାର କରିବା ପାଇଁ ଆପଣଙ୍କ କଣ ଏହି ଉପାୟ । ଏହି ଦୁଃଖି ସମାଜରେ ସବୁ ମଣିଷ ଚିନ୍ତିତ । ହେଲେ ପ୍ରତିକ୍ରିୟାଶୀଳ ଏବଂ ଘୃଣ୍ୟ ହେବା ଏହାର ସମାଧାନ ନୁହେଁ । ଏହା କେବଳ ମୁର୍ଖାମୀ ।’

ପ୍ରକାଶ ଥାଇକି ଏହାପୂର୍ବରୁ ହର୍ଷବର୍ଦ୍ଧନ, ସୁଶାନ୍ତଙ୍କ ନିଧନରେ ତାଙ୍କ ସହ ଉଠାଇଥିବା ଏକ ପୁରୁଣା ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାସହ ସେ ଏକ ଇମୋଶନାଲଭରା ପୋଷ୍ଟ ମଧ୍ୟ ଲେଖିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.