ମୁମ୍ବାଇ: ଫେମସ ଅଭିନେତା ହର୍ଷବର୍ଦ୍ଧନ ରାଣେ କୋରୋନା ପଜିଟିଭ ବୋଲି ଜଣାପଡିଛି । ଅଭିନେତା ନିଜେ ଏକ ପୋଷ୍ଟ ସେୟାର ଏହି ବିଷୟରେ ସୂଚନା ଦେଇଛନ୍ତି ।
ହର୍ଷ ଏକ ନୋଟ୍ ଲେଖି କହିଛନ୍ତି ଯେ, ହାଏ । ମୋର ଜ୍ବର ଏବଂ ପେଟ ଯନ୍ତ୍ରଣା ହେଉଥିଲା, ଯାହା ପରେ ମୁଁ ଡାକ୍ତରଖାନା ଯାଇଥିଲି । ଯାହା ପରେ ସେଠାରେ ମୁଁ କୋଭିଡ୍ ଟେଷ୍ଟ କଲି । ଯାହାର ରିପୋର୍ଟ ପଜିଟିଭ ଆସିଛି ।
ତେଣୁ ବର୍ତ୍ତମାନ ମୋତେ 10 ଦିନ ଅଲଗା ରହିବାକୁ ପଡିବ । ମୋର ଏକ ଗୁଡ ନ୍ୟୁଜ ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆଉ 10 ଦିନ ଅପେକ୍ଷା କରିବାକୁ ପଡିବ । ଖୁବ୍ ଶୀଘ୍ର ଆପଣଙ୍କୁ ଏକ ବଡ଼ ଖବର ସହିତ ମୋର ସୁସ୍ଥ ସ୍ବାସ୍ଥ୍ୟ ଦେଖିବେ ।
ଆଗାମୀ ସମୟରେ, ବିଜୟ ନାମ୍ବିଆରଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ତାଇଶରେ ହର୍ଷବର୍ଦ୍ଧନ, ପୁଲକିତ, କ୍ରିତି ଏବଂ ଜିମ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ