ETV Bharat / sitara

‘ଏକେ ଭର୍ସେସ ଏକେ’କୁ ନେଇ ଏମିତି କହିଲେ ହର୍ଷବର୍ଦ୍ଧନ - ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଏକେ ଭର୍ସେସ ଏକେ’

ପ୍ରଥମଥର ପିତା ଅନିଲଙ୍କ ସହ ଫିଲ୍ମ ‘ଏକେ ଭର୍ସେସ ଏକେ’ରେ ଅଭିନୟ କରିଛନ୍ତି ହର୍ଷବର୍ଦ୍ଧନ । ଏବେ ଫିଲ୍ମକୁ ନେଇ ଦେଇଛନ୍ତି ନିଜ ପ୍ରତିକ୍ରିୟା । ଏହାସହ ସେ ନିର୍ଦ୍ଦେଶକ ଅନୁରାଗଙ୍କର ମଧ୍ୟ କରିଛନ୍ତି ପ୍ରଶଂସା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହର୍ଷବର୍ଦ୍ଧନ କପୁର

author img

By

Published : Dec 28, 2020, 2:17 PM IST

Updated : Dec 28, 2020, 5:04 PM IST

ମୁମ୍ବାଇ: ଗତ ଶୁକ୍ରବାର ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଏକେ ଭର୍ସେସ ଏକେ’ । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମରେ ସବୁ ବାସ୍ତବ ଭୂମିକା ଦେଖିବାକୁ ମିଳିଥିଲା । ଅନିଲ ନିଜ ଭୂମିକାରେ ଅଭିନୟ କରିଥିବା ବେଳେ ଅନୁରାଗ ମଧ୍ୟ ନିର୍ଦ୍ଦେଶକ ଭୂମିକାରେ ଦେଖାଯାଇଥିଲେ । ସେହିପରି ଅନିଲଙ୍କ ପୁଅ ଭୂମିକାରେ ତାଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ କପୁର ମଧ୍ୟ ଅଭିନୟ କରିଥିଲେ । ଇତିମଧ୍ୟରେ ଫିଲ୍ମରେ ନିଜ ଭୂମିକାକୁ ନେଇ ସ୍ପେଶାଲ କଥା ସୋସିଆଲ ମିଡିଆରେ ଜଣାଇଛନ୍ତି ହର୍ଷ ।

ସେ ଫିଲ୍ମର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ହାଲୋ ବନ୍ଧୁମାନେ ଆଶା କରଛୁ ଯେ ସମସ୍ତେ ଏକ ଉତ୍ତମ ସପ୍ତାହ ଶେଷ ଏବଂ ସୁରକ୍ଷିତ ରହିବେ । ମୁଁ ତୁମକୁ କହି ପାରିବି ନାହିଁ ଯେ ମୁଁ ତୁମ ସମସ୍ତଙ୍କ ପାଇଁ କେତେ କୃତଜ୍ଞ, ଯେଉଁମାନେ ଗତ ଦୁଇ ଦିନରେ ଏକେ ଭର୍ସେସ ଏକେ ଦେଖିଛନ୍ତି ଏବଂ ମୋ ଭୂମିକାକୁ ପସନ୍ଦ କରିଛନ୍ତି । ମୁଁ ପ୍ରକୃତରେ ଏହା ଆଶା କରି ନ ଥିଲି ଏବଂ ଏହା ମୋ ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଟେ । ମୁଁ ମଧ୍ୟ ଏହି ସୁଯୋଗ ନେଇ କିଛି ଜିନିଷ ପାଇବାକୁ ଚାହୁଁଥିଲି | ମୁଁ ଫିଲ୍ମରେ ଅଭିନୟ କରୁଥିବା ଭୂମିକାଟି ହେଉଛି ମୋର ଏକ କାଳ୍ପନିକ ଅତିରିକ୍ତ ସଂସ୍କରଣ । ମୁଁ ପ୍ରକୃତରେ ସେପରି ନୁହେଁ, ଭାବେଶ ଯୋଶୀ ସୁପରହିରୋ ମଧ୍ୟ ମୋର 3 ଫିଲ୍ମ ମଧ୍ୟରୁ ପ୍ରିୟ ଫିଲ୍ମ । ସମସ୍ତେ ଜାଣନ୍ତି ଯେ ମୁଁ ଏହାକୁ ଭଲ ପାଏ । ବିକ୍ରମଦିତ୍ୟ ମୋଟୱାନେ ଫିଲ୍ମକୁ ମିଶ୍ରଣକୁ ଭଲ କରିବା ପାଇଁ ମୁଁ ଭାବିଲି ଏହା ମଜାଳିଆ ହେବ ଦରଦାର । ଦୁଇଟି ଫିଲ୍ମ ଏକେ ଭର୍ସେସ ଏକେ ଏବଂ ଭାବେଶ ଯୋଶୀ ସୁପରହିରୋ ଶାନଦାର ଫିଲ୍ମ । ଯାହାକୁ ଆପଣ ନେଟଫ୍ଲିକସରେ ଦେଖିପାରିବେ ।’

ସେହିପରି ସେ ଅନୁରାଗଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ଅନୁରାଗଙ୍କ ଭୂମିକା ମତେ ଖୁବ୍ ପସନ୍ଦ ଆସିଲା । କାରଣ ସେ ଫିଲ୍ମରେ ଯେପରି ଅଭିନୟ କରିଛନ୍ତି ତାହାଠୁ ସମ୍ପୂର୍ଣ୍ଣ ଭିନ୍ନ ସେ । ବାସ୍ତବ ଜୀବନରେ ସେ ଫିଲ୍ମରେ କରିଥିବା ଭଳି ପ୍ରତିକ୍ରିୟା କେବେ ଦିଅନ୍ତି ନାହିଁ ।’

Last Updated : Dec 28, 2020, 5:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.