ETV Bharat / sitara

୩୧ ବର୍ଷରେ ରକୁଲ, ଟଲିଉଡରୁ ବଲିଉଡ ସବୁଠି ଫେମସ୍ - ବଲିଉଡ ଓ ସାଉଥ ଅଭିନେତ୍ରୀ ରକୁଲ

ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା କରିଛନ୍ତି ରକୁଲ । ଉଭୟ ବଲିଉଡ ଓ ସାଉଥ ଚଳଚ୍ଚିତ୍ରରେ ଜବରଦସ୍ତ ଅଭିନୟ ଦେଖାଇଛନ୍ତି । ତାଙ୍କର ଅନେକ ଉଲ୍ଲେଖନୀୟ ଅଭିନୟ ଏବଂ ହିଟ୍ ଫିଲ୍ମ ରହିଛି । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । 1990 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଆଜି ୩୧ ବର୍ଷରେ ପାଦ ଥାପିଲେ ରକୁଲ ପ୍ରୀତ ସିଂହ । ଅଧିକ ପଢନ୍ତୁ...

୩୧ ବର୍ଷରେ ପାଦ ଥାପିଛନ୍ତି ରକୁଲ
୩୧ ବର୍ଷରେ ପାଦ ଥାପିଛନ୍ତି ରକୁଲ
author img

By

Published : Oct 10, 2021, 12:28 PM IST

ମୁମ୍ବାଇ: ଟଲିଉଡରୁ ନେଇ ବଲିଉଡ ସବୁଠି ଜଲୱା ଦେଖାଇଛନ୍ତି ରକୁଲ ପ୍ରୀତ । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା କରିଛନ୍ତି ରକୁଲ । ଉଭୟ ବଲିଉଡ ଓ ସାଉଥ ଚଳଚ୍ଚିତ୍ରରେ ଜବରଦସ୍ତ ଅଭିନୟ ଦେଖାଇଛନ୍ତି । ତାଙ୍କର ଅନେକ ଉଲ୍ଲେଖନୀୟ ଅଭିନୟ ଏବଂ ହିଟ୍ ଫିଲ୍ମ ରହିଛି । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । 1990 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ୩୧ ବର୍ଷରେ ପାଦ ଥାପିଛନ୍ତି ରକୁଲ ପ୍ରୀତ ସିଂହ ।

ରକୁଲ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ଅଭିନେତା ଅଜୟ ଦେବଗନଙ୍କ ସହିତ ଦେ ଦେ ପ୍ୟାର ଦେ, ୟାରିୟା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଆୟିୟାରୀ ଓ ସରଦାରକି ଗ୍ରାଣ୍ଡସନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ରକୁଲ ଅକ୍ଷୟ କୁମାରଙ୍କ ସହିତ ଲଣ୍ଡନରେ ଆଗାମି ଫିଲ୍ମ ପ୍ରୋଡକ୍ସନ ୪୧ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଗକୁ ଜନ ଆବ୍ରାହନଙ୍କ ସହିତ ଏକ ଫିଲ୍ମରେ ନଜର ଆସିବେ । ଏହା ଶେଷ ନହେଁ ଅଭିନେତା ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହିତ ମେଦେବ ଫିଲ୍ମରେ ମଧ୍ୟ ନଜର ଆସିବେ ରକୁଲ ।

ବଲିଉଡ ସହିତ ସାଉଥ ଫିଲ୍ମରେ ମଧ୍ୟ ଦମଦାର ଅଭିନୟ ଦେଖାଇଛନ୍ତି ରକୁଲ । ଧ୍ରୁବା, ଦେବ,ଏନଜିକେ, ସିମଲା ମିରଚି,ୱିନର ଓ ସ୍ପାଇଡର ଭଳି ଚଳିଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି । ତିନିଥର ଫିଲ୍ମ ସାଉଥ ଫେୟାର ପୁରସ୍କାର ସହିତ SIIMA ପୁରସ୍କାର ପାଇଛନ୍ତି । ଅଭିନେତ ସୁଶାନ୍ତି ସିଂଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଫସିଥିଲେ ରକୁଲ । ଏନସିବି ପକ୍ଷରୁ ରକୁଲଙ୍କୁ ସମନ ଜାରି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.