ETV Bharat / sitara

52ରେ ବି କୋଟି ହୃଦୟର ରାଣୀ ଧକଧକ ଗର୍ଲ - devdas

ଆଜି ବଲିଉଡ ଡିଭା ମାଧୁରୀ ବୀକ୍ଷିତଙ୍କ 52ତମ ଜନ୍ମଦିନ । କିନ୍ତୁ ମାଧୁରୀଙ୍କ ପାଇଁ ବୟସ ଏବେ ବି ଏକ ସଂଖ୍ୟା ମାତ୍ର । 2008ରେ ମାଧୁରୀ ଭାରତର ଚତୁର୍ଥ ସର୍ବୋତ୍ତମ ପୁରସ୍କାର 'ପଦ୍ମଶ୍ରୀ'ରେ ସମ୍ମାନିତ ହୋଇଥିଲେ ମାଧୁରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/madhuridixitnene
author img

By

Published : May 15, 2019, 9:33 AM IST

Updated : May 15, 2019, 3:18 PM IST

ହାଇଦ୍ରାବାଦ: ଆଜି ବଲିଉଡର 'ଧକଧକ' ଗାର୍ଲ ମାଧୁରୀ ଦୀକ୍ଷିତଙ୍କ 52ତମ ଜନ୍ମଦିନ । ଚମତ୍କାର ଅଭିନୟ ଓ ଡ୍ୟାନ୍ସରେ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିବା ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । 90ଦଶକର ହିରୋଇନ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ ପଇସା ପାଉଥିବା ହିରୋଇନ ଥିଲେ ମାଧୁରୀ । ତେବେ ବଲିଉଡରେ ଯାଦୁ ଚଲେଇଥିବା ଏହି ଅଭିନେତ୍ରୀ ମାଇକ୍ରୋବାଇଲୋଜି ପଢିବାରେ ଇଚ୍ଛୁକ ଥିଲେ ।

ଇଟିଭି ଭାରତ

1967 ମସିହା ମେ 15 ଅର୍ଥାତ ଆଜିର ଦିନରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ମାଧୁରୀ । ଛୋଟ ବେଳୁ ନାଚିବାକୁ ଖୁବ ପସନ୍ଦ କରୁଥିଲେ । ତେବେ 3 ବର୍ଷ ବୟସରୁ ହିଁ କଥକ ଶିଖିବା ଆରମ୍ବ କରିଦେଇଥିଲେ ମାଧୁରୀ । ତେବେ ଫିଲ୍ମ 'ଦେବଦାସ'ରେ ପଣ୍ଡିତ ବିର୍ଜୁ ମହାରାଜଙ୍କଠୁ କଥକ ଶିଖି 'ଦେବଦାସ' ଫିଲ୍ମରେ ନିଜ ନାଚର ଯାଦୁ ଦେଖେଇଥିଲେ । ଏହାପରେ ବଲିଉଡର ଶ୍ରେଷ୍ଠ ଡ୍ୟାନ୍ସର ରୂପେ ପରିଗଣିତ ହେଲେ ।

ek do teen
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/madhuridixitnene

ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାଧୁରୀଙ୍କ ପ୍ରଥମ ଫିଲ୍ମ 'ଅବୋଧ' ସଫଳତା ପାଇପାରିନଥିଲା । କ୍ୟାରିୟରର ଆରମ୍ଭରେ ମାଧୁରୀଙ୍କ ହାତରେ କେବଳ ବିଫଳତା ହିଁ ଲାଗିଥିଲା । ପରେ 1988ରେ ଆକ୍ସନ ଡ୍ରାମ ଫିଲ୍ମ 'ତେଜାବ' ବକ୍ସ ଅଫିସକୁ ଶାନଦାର ହିଟ ଦେଇଥିଲା । ଏଥିରେ ମୁଖ୍ୟ ଚରିତ୍ର ଅନୀଲ କପୁରଙ୍କ ଲେଡି ଲଭ ଥିଲେ ମାଧୁରୀ । ଫିଲ୍ମର 'ଏକ ଦୋ ତିନ' ଗୀତ ଆଜି ଯାଏଁ ବି ଲୋକଙ୍କ ମନରେ ଅଛି ।

madhuri @52

2008ରେ ମାଧୁରୀ ଭାରତର ଚତୁର୍ଥ ସର୍ବୋତ୍ତମ ପୁରସ୍କାର 'ପଦ୍ମଶ୍ରୀ'ରେ ସମ୍ମାନିତ ହୋଇଥିଲେ । ଏହାପରେ ମାଧୁରୀ ନିଜ ପ୍ରତିଭାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ଚାହିଁଲେ ଓ 2013ରେ ଅନଲାଇନ ଡ୍ୟାନସିଂ ଆପ୍ 'ଡ୍ୟାନ୍ସ ୱିଥ ମାଧୁରୀ' ଆରମ୍ଭ କରି ବିଭିନ୍ନ ପ୍ରକାରର ଡ୍ୟାନ୍ସ ଫର୍ମକୁ ଭିଡିଓ ଜରିଆରେ ଅପଲୋଡ କରୁଛନ୍ତି ।

madhuri dixit

Intro:Body:

prabir 1

Conclusion:
Last Updated : May 15, 2019, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.