ETV Bharat / sitara

କରନ@49, ସହ-ନିର୍ଦ୍ଦେଶକରୁ କୋଟିପତି ନିର୍ମାତା - କରନ ଜୋହରଙ୍କ 49ତମ ଜନ୍ମଦିନ

ଆଜି କରନ ଜୋହରଙ୍କ 49ତମ ଜନ୍ମଦିନ । 1972 ମେ 25ରେ ଜନ୍ମ ହୋଇଥିଲେ କରନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 25, 2021, 12:16 PM IST

ମୁମ୍ବାଇ: ବଲିଉଡର କରନ ଜୋହର ଜଣେ ଫେମସ ନିର୍ମାତା, ସ୍କ୍ରିନ୍ ରାଇଟର୍, ଫ୍ୟାସନ ଡିଜାଇନର୍ ଯିଏ ଆଜି କୌଣସି ପରିଚୟ ଆବଶ୍ୟକ କରନ୍ତି ନାହିଁ । ନିଜ ଫିଲ୍ମ ଦ୍ବାରା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରୁଥିବା ନିର୍ମାତା କରନ ଆଜି ବୟସର ଆଉ ଏକ ପାହାଚରେ ପାଦ ଥାପିଛନ୍ତି । ଆଜି କରନଙ୍କ 49ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ ଫିଲ୍ମ କ୍ୟାରିୟର ଏବଂ ଏଯାବତ ଆୟ କରିଥିବା ସମ୍ପତ୍ତି ବିଷୟରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ଚଳଚ୍ଚିତ୍ର ନିର୍ମାତା ୟଶ ଜୋହର ଏବଂ ହିରୁ ଜୋହରଙ୍କ ପୁଅ କରନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। 1972 ମେ 25ରେ ଜନ୍ମିତ କରନଙ୍କୁ ପିତା ଅଭିନେତା କରିବାକୁ ଚାହୁଁଥିଲେ। କିନ୍ତୁ ଭାଗ୍ୟ ତାଙ୍କ ପାଇଁ କିଛି ଭିନ୍ନ ରଖିଥିଲା । କରନ ଅଧ୍ୟୟନ ଶେଷ କରିବା ପରେ 1989ରେ ଟିଭି ସିରିୟଲ 'ଶ୍ରୀକାନ୍ତ' ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିୟଲ ଦୂରଦର୍ଶନରେ ପ୍ରସାରିତ ହେଉଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ସେ ନିର୍ଦ୍ଦେଶକ ରୂପେ ନିଜ କ୍ୟାରିୟର ଗଢିବାକୁ ଚାହୁଁଥିଲେ । ସେ ଶାହରୁଖ ଖାନ ଓ କାଜଲଙ୍କ ସୁପରହିଟ୍ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଜାଏଗେଁ’ ଜରିଆରେ ନିର୍ଦ୍ଦେଶନାରେ ପାଦ ଥାପିଥିଲେ । ସହ-ନିର୍ଦ୍ଦେଶକ ରୂପେ ସେ ଏହି ଫିଲ୍ମରେ କାମ କରିଥିଲେ । ସେହିପରି ଫିଲ୍ମରେ ଅତିଥି କଳାକାର ରୂପେ ଅଭିନୟ ମଧ୍ୟ କରିଥିଲେ । ଏହି ଫିଲ୍ମ ପରେ ଶାହରୁଖ ତାଙ୍କୁ ନିର୍ଦ୍ଦେଶନା କ୍ଷେତ୍ରରେ କ୍ୟାରିୟର ଗଢିବାକୁ ପ୍ରେରଣା ଯୋଗାଇଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ଏହା ପରେ କରନ ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ ନିର୍ମାଣ କରିଥିଲେ । ଯାହା ଫିଲ୍ମ ଫେୟାରରେ ସାତଟି ପୁରସ୍କାର ଜିତିଥିଲା । ଏହାପରେ କରନଙ୍କ ଚାହିଦା ବଢିଯାଇଥିଲା । ଆଉ ଗୋଟିଏ ପରେ ଗୋଟିଏ ହିଟ୍ ଦେଇ ଚାଲିଲେ ସେ । ‘କଭି ଖୁସି କଭି ଗମ’, ‘କଭି ଅଲବିଦା ନା କହନା’, ‘ମାଇଁ ନେମ୍ ଇଜ ଖାନ’, ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’, ‘ବମ୍ବେ ଟକିଜ’, ‘ଏ ଦିଲ ହେ ମୁସକିଲ’ ଓ ‘ଲଷ୍ଟ ଷ୍ଟୋରିଜ’ ଭଳି ଅନ୍ୟ ଶାନଦାର ଫିଲ୍ମ ନିର୍ମାଣ କରିଥିଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରିଥିଲେ କରନ ତାଙ୍କୁ ‘କ’ ଅକ୍ଷର ଅଧିକ ପସନ୍ଦ ଥିଲା । ସେ ଏହାକୁ ଲକି ମଧ୍ୟ ମାନୁଥିଲେ । ତେଣୁ ତାଙ୍କ ଅଧିକାଂଶ ଫିଲ୍ମ ‘କ’ ଅକ୍ଷରରୁ ଆରମ୍ଭ ହେଉଥିଲା । ଯାହା ସୁପରଡୁପର ହିଟ୍ ମଧ୍ୟ ହେଉଥିଲା ।

ହେଲେ କରନ ଯେତେବେଳେ ରାଜକୁମାର ହିରାନୀଙ୍କ ଫିଲ୍ମ ‘ଲଗେ ରାହୋ ମୁନ୍ନାଭାଇ’ ଦେଖିଲେ, ସେ ଏହାର ବ୍ୟବହାର ବନ୍ଦ କରିଦେଲେ । ‘କ’ ପରିବର୍ତ୍ତେ ସେ ଅନ୍ୟ ଅକ୍ଷରର ବ୍ୟବହାର କରିବା ଆରମ୍ଭ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ଯଦି ତାଙ୍କ ସମ୍ପତ୍ତି ବିଷୟରେ କଥା ହେବା, ତାହାଲେ 200 ମିଲିୟନ ଡଲାରର ମାଲିକ ସେ । ଯାହା ଭାରତୀୟ ମୂଲ୍ୟ ହିସାବରେ 1400 କୋଟି ଟଙ୍କା । ଏକ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ 3 କୋଟିରୁ ଅଧିକ ଫିସ୍ ନିଅନ୍ତି ସେ । ସେହିପରି ଗତ କିଛି ବର୍ଷ ମଧ୍ୟରେ କରନଙ୍କ ସମ୍ପତ୍ତି ପ୍ରାୟ 80% ବୃଦ୍ଧି ପାଇଛି | ଚଳଚ୍ଚିତ୍ର ଶିଳ୍ପରେ କରନ ସର୍ବାଧିକ ଟିକସ ଦେଉଥିବା ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ।

ସମ୍ପତ୍ତି ବ୍ୟତୀତ ତାଙ୍କ କାର କଲେକ୍ସନରେ ଜାଗୁଆର, ମର୍ସିଡିଜ୍, S560, BMW ସହିତ ଅନ୍ୟାନ୍ୟ କାର୍ ସାମିଲ ଅଛି | କେବଳ କାର ବିଷୟରେ ନୁହେଁ, କରନ ମହଙ୍ଗା ଜୋତା ପିନ୍ଧିବାକୁ ବେଶ୍ ଭଲ ପାଆନ୍ତି ତାଙ୍କ ଜୋତା କଲେକ୍ସନରେ ସାମିଲ ଅଛି Louis, Vuitton, Stella, Mccartney, Donatella, Versace ଭଳି ବ୍ରାଣ୍ଡ ।

ସେହିପରି କରନ ହେଉଛନ୍ତି ପ୍ରଥମ ଭାରତୀୟ ନିର୍ଦ୍ଦେଶକ ଏବଂ ନିର୍ମାତା, ଯାହାର ମହମ ପ୍ରତିମୂର୍ତ୍ତି ମ୍ୟାଡାମ ତୁଷାଦ ସଂଗ୍ରହାଳୟରେ ସ୍ଥାପିତ ହୋଇଛି | ଏହି ପ୍ରତିମୂର୍ତ୍ତିକୁ କରନ ନିଜେ ଉନ୍ମୋଚନ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.