ETV Bharat / sitara

ଦେବ ଆନନ୍ଦ@96: ଟିକିଏ ଝଲକ ପାଇଁ ପାଗଳ ହେଉଥିଲେ ଝିଅ

ପ୍ରଥମ ଫିଲ୍ମରୁ ହିଁ ରୋମାନ୍ସ କିଙ୍ଗ ଭାବେ ପପୁଲାର ହୋଇଥିବା ବଲିଉଡ କିମ୍ବଦନ୍ତୀଙ୍କ 96ତମ ଜନ୍ମଦିନ । ପତ୍ନୀ କଳ୍ପନା କାର୍ଥିକଙ୍କୁ ଲଞ୍ଚ ବ୍ରେକ ସମୟରେ କରିଥିଲେ ପ୍ରୋପୋଜ ।

author img

By

Published : Sep 26, 2019, 1:46 PM IST

Updated : Sep 26, 2019, 2:06 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର କିମ୍ବଦନ୍ତୀ କହିଲେ ରାଜ କପୁର, ଦିଲ୍ଲୀପ କୁମାର ଓ ଦେବ ଆନନ୍ଦଙ୍କୁ ବୁଝାଇଥାଏ । 1960 ଦଶକରେ ତାଙ୍କ ଗୋଟିଏ ଝଲକର ଦିୱାନା ଥିଲେ ଦର୍ଶକ । ଦିଲ୍ଲୀପ କୁମାର ସର୍ବଦା ଟ୍ରାଜେଡି ଆକ୍ଟ କରୁଥିବାବେଳେ ରାଜ କପୁରଙ୍କୁ କମେଡି ଆକ୍ଟରେ ଦେଖିବାକୁ ମିଳେ । କିନ୍ତୁ ରୋମାନ୍ସର କଥା ଆସିଲେ ଶାହାରୁଖ ଖାନଙ୍କ ପୂର୍ବରୁ ନାଁ ଆସିବ ଦେବ ଆନନ୍ଦଙ୍କ ।

happy birthday dev anand
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସେପ୍ଟେମ୍ବର 26, 1923 ମସିହାରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ ଦେବ ଆନନ୍ଦ । ତାଙ୍କ ଅସଲି ନାମ ଥିଲା ଧର୍ମଦେବ ଫିସୋରିମାଲ ଆନନ୍ଦ କିନ୍ତୁ ବଲିଉଡରେ ଦେବ ଆନନ୍ଦ ନାମରେ ବେଶ ପରିଚିତ । ପରିବାର ଲୋକେ ତାଙ୍କୁ ପ୍ରେମରେ ଚିରୁ ବୋଲି ଡାକୁଥିଲେ ।

ମାତ୍ର 85 ଟଙ୍କାରେ ଆକାଉଣ୍ଟାଟ ଭାବରେ ଚାକିରି କରୁଥିଲେ ଦେବ । ପରେ 1946 ମସିହାରେ ‘ହମ ଏକ ହେଁ’ ଫିଲ୍ମରେ ହିରୋ ଭୂମିକାରେ ନଜର ଆସିଲେ । ଦେବ ଆନନ୍ଦଙ୍କ ଅଲଗା ଅନ୍ଦାଜ ଦର୍ଶକଙ୍କ ମନରେ ଘର କରିନେଇଥିଲା । ‘ନବକେତନ ଫିଲ୍ମ’ ନାମରେ 1949ରେ ନିଜ ପ୍ରଥମ ପ୍ରଡକ୍ସନ ହାଉସ ଖୋଲିଥିଲେ । ଗୁରୁ ଦତ୍ତଙ୍କୁ ବଲିଉଡ ଏଣ୍ଟ୍ରି ଦେଇଥିଲେ ସେ ।

happy birthday dev anand
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଦେବ ଆନନ୍ଦ ତାଙ୍କ ସମୟରେ ସବୁଠାରୁ ହ୍ୟାଣ୍ଡସମ୍ ଥିଲେ । ଝିଅମାନେ ତାଙ୍କ ପାଇଁ ପାଗଳ ଓ ଏପରିକି ଅନେକ ନାଁ ସହ ତାଙ୍କ ନାମକୁ ଯୋଡା ଯାଇଛି । ଏପରିକି ଦେବ ଆନନ୍ଦଙ୍କୁ କଳା ରଙ୍ଗ ଡ୍ରେସରେ ଦେଖିବା ପାଇଁ ଜଣେ ଝିଅ ଛାତ ଉପରୁ ଡେଇଁ ପଡିଥିଲେ । ଏହାପରେ ସେ କଳା ରଙ୍ଗ ଡ୍ରେସ ପିନ୍ଧିବା ଛାଡି ଦେଇଥିଲେ ।

ଦେବ ଆନନ୍ଦଙ୍କ ପ୍ରଥମ ପ୍ରେମ ଥିଲେ ସୁରେୟା । 3000 ଟଙ୍କାର ଏକ ଡାଇମଣ୍ଡ ମୁଦି କିଣି ବିବାହ ପାଇଁ ପ୍ରୋପୋଜ୍ କରିଥିଲେ । ମାତ୍ର ସୁରେୟାଙ୍କ ମା ମନା କରିଦେଇଥିଲେ କାରଣ ଦେବ ଆନନ୍ଦ ହିନ୍ଦୁ ଓ ସୁରେୟା ମୁସଲିମ୍ ଥିଲେ । ପରେ ‘ଟାକ୍ସି ଡ୍ରାଇଭର’ ସେଟରେ କଳ୍ପନା କାର୍ଥିକଙ୍କୁ ଲଞ୍ଚ ବ୍ରେକ ସମୟରେ ପ୍ରୋପୋଜ କରିଥିଲେ ଓ ଦୁହେଁ ବିବାହ କରିନେଇଥିଲେ । ଦେବ ଆନନ୍ଦଙ୍କ ମୃତ୍ୟୁ ସମୟରେ ମଧ୍ୟ କଳ୍ପନା ତାଙ୍କ ସହ ଥିଲେ । ଶେଷରେ 2011 ଡିସେମ୍ବର 3ରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Sep 26, 2019, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.