ETV Bharat / sitara

ହେମା@73, ଆଜି ବି ଫ୍ୟାନ୍ସଙ୍କ ଡ୍ରିମରେ ଡ୍ରିମଗାର୍ଲ

author img

By

Published : Oct 16, 2021, 2:55 PM IST

୭୩ ବର୍ଷରେ ପାଦ ଥାପିଲେ ବଲିଉଡ ଡ୍ରିମଗାର୍ଲ ହେମା ମାଲିନୀ । ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

happy birthday bollywood  dream girl hema malini
ହେମା@73, ଆଜି ବି ଡ୍ରିମ ଗାର୍ଲ ଭାବେ ଫ୍ୟାନ୍ସଙ୍କ ଡ୍ରିମରେ ଅଛନ୍ତି

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ ହିରୋଇନ ହେମା ମାଲିନୀ । କେବେ ଗୀତା ଆଉ ସୀତା ସାଜି ତ ଆଉ କେବେ ବସନ୍ତୀ ହୋଇ ଫ୍ୟାନ୍ସଙ୍କ ମନ ଚୋରି କରିଛନ୍ତି । ତାଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ତାଙ୍କ ଏଭରଗ୍ରୀନ ଅଭିନୟ ହିଁ ତାଙ୍କ ପରିଚୟ । ଆଜି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଜନ୍ମଦିନ ।

ସେ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ବୟସ ତାଙ୍କ ସୌନ୍ଦର୍ଯ୍ୟକୁ ଫିକା କରିବାରେ ଅସମର୍ଥ । କାରଣ ଆଜି ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟର ତୁଳନା ନାହିଁ । ତାଙ୍କ ପରି ହେବାକୁ ସବୁବେଳେ ଚେଷ୍ଟା କରନ୍ତି ଅନ୍ୟ ଅଭିନେତ୍ରୀ ।

ତେବେ ଡ୍ରିମ ଗାର୍ଲ କହିଲେ ଆଜି ବି ଲୋକେ ହେମାଙ୍କୁ ହିଁ ମନେ ପକାନ୍ତି । 1968 ରାଜ କପୁରଙ୍କ ଚଳଚ୍ଚିତ୍ର ସପ୍ନୋ କା ସୌଦାଗର ଜରିଆରେ ହେମା ମାଳିନୀ ପ୍ରଥମେ ବଲିଉଡରେ ଡେବ୍ୟୁ କରିଥିଲେ ।

ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସୁନ୍ଦର ସିନେମା ଭେଟିଦେଇଥିଲେ ଫ୍ୟାନ୍ସଙ୍କୁ । ସୋଲେ, ତ୍ରିଶୂଲ, ମେରା, କ୍ରାନ୍ତି, ସତ୍ୟ ପେ ସତ୍ତା, ନସିବ, ରଜିଆ ସୁଲତାନ, ବାଗବାନ୍, ଭୀର ଜାରା ଏବଂ ଆରକ୍ଷଣ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଆଜି ବି ଫ୍ୟାନ୍ସଙ୍କ ଡ୍ରିମ ଗାର୍ଲ ସାଜିଛନ୍ତି ହେମା ।

ତେବେ ଏହିପରି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ୭୩ ବର୍ଷରେ ପାଦ ଥାପିଛନ୍ତି ହେମା ମାଲିନୀ । ଜନ୍ମଦିନରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.