ETV Bharat / sitara

ସେହେନ୍ସା@79, ବିଫଳତାରୁ ଆରମ୍ଭ କରିଥିଲେ ୫୦ ବର୍ଷର ସ୍ବର୍ଣ୍ଣିମ ଅଧ୍ୟାୟ

author img

By

Published : Oct 11, 2021, 9:42 AM IST

ସମସ୍ତଙ୍କ ପାଇଁ ସେ ଏଭର ଗ୍ରୀନ ହିରୋ । ଦିନେ ଯାହାଙ୍କ ସ୍ବରକୁ ରିଜେକ୍ଟ କରିଦିଆଯାଇଥିଲା ଆଜି ସେଇ ସ୍ବର ସମସ୍ତଙ୍କୁ ମତୁଆଲା କରିଛି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେ ଆଇକନ । ସେ ହେଉଛନ୍ତି ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ । ଆଜି ଏହି ମହାନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ ସୁପରଷ୍ଟାର । ଅଧିକ ପଢନ୍ତୁ...

79 ବର୍ଷରେ ସୁପରଷ୍ଟାର ଅମିତାଭ ବଚ୍ଚନ
79 ବର୍ଷରେ ସୁପରଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ସେ ଯେଉଁଠି ଛିଡା ହୁଅନ୍ତି ଧାଡି ସେଇଠୁ ଆରମ୍ଭ ହୁଏ । ତାଙ୍କ ସ୍ବରରେ ରହିଛି ଯାଦୁ । ସମସ୍ତଙ୍କ ପାଇଁ ସେ ଏଭର ଗ୍ରୀନ ହିରୋ । ଦିନେ ଯାହାଙ୍କ ସ୍ବରକୁ ରିଜେକ୍ଟ କରିଦିଆଯାଇଥିଲା ଆଜି ସେଇ ସ୍ବର ସମସ୍ତଙ୍କୁ ମତୁଆଲା କରିଛି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେ ଆଇକନ । ସେ ହେଉଛନ୍ତି ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ । ଆଜି ଏହି ମହାନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ ସୁପରଷ୍ଟାର । ସୁପରଷ୍ଟାରଙ୍କ ଶୁଭ ତିଥିରେ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ। ।

୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ବଚ୍ଚନ ଆହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ । ପାଖାପାଖି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସ୍ବର୍ଣ୍ଣିମ କ୍ୟାରିୟର ସହିତ ଏହି ସୁପରଷ୍ଟାର ତାଙ୍କର ଅପୂର୍ବ ଅଭିନୟର ଯାଦୁରେ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଉ ତାଙ୍କର ସବୁ ଚଳଚ୍ଚିତ୍ର ରାଜ କରିଛି ଦର୍ଶକଙ୍କ ହୃଦୟରେ । ଦୀର୍ଘ ୫୦ ବର୍ଷ ଧରି ଅମିତାଭ ବଲିଉଡରେ 200ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରି ସୃଷ୍ଟି କରିଛନ୍ତି ।

ଗୋଟିଏ ନୁହେଁ କୋଟିଏ ଲୋକଙ୍କ ମୁହଁରେ ତାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ନାମ। କାହା ପାଇଁ ସେ ଆଙ୍ଗ୍ରି ୟଙ୍ଗମ୍ୟାନ, ସେହେନ୍ସା ତ ଆଉ କାହା ପାଇଁ ବିଗ ବି, ଷ୍ଟାର ଅଫ ଦ ମିଲେନିୟମ । ସୋଲେ, ଜଞ୍ଜୀର, ଦିୱାର,ଅମର ଆକବର ଆନ୍ଥୋନି, ସୌଦାଗର, ସୂର୍ଯ୍ୟବଶଂମ ଭଳି ଅନେକ ମୁଭିରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ ବିଗ୍ ବି । ଏହା ପରେ ବି ଦର୍ଶକଙ୍କୁ ଗୋଟିଏ ପରେ ଗୋଟି ହିଟ ଫିଲ୍ମ ଭେଟି ଦେଇଥିଲେ ମେଗାଷ୍ଟାର । କଭି ଖୁସି କଭି ଗମ, ମହବୋତେ, ପିକୁ, ଭୂତନାଥ, ବଦଲା, ବାଗବାନ ଓ ଅବ ତୁମାହାରେ ହବାଲେ ବତନ ସାଥିଓ ଭଳି ଅନେକ ଫିଲ୍ମରେ ନିଜର ଉଚ୍ଚକୋଟୀର ଅଭିନୟ କରିଛନ୍ତି । ବର୍ତ୍ତମାନ ବିଗ୍ ବି ସୋନି ଟିଭିରେ ପ୍ରସାରିତ ଏକ ପ୍ରଶ୍ନୋତ୍ତର ସୋ କୌନ ବନେଗା କେରୋଡ ପତିରେ ହୋଷ୍ଟ କରୁଛନ୍ତି । ପ୍ରଶ୍ନ ପଚାରିବାର ଷ୍ଟାଇଲ ବି ତାଙ୍କର ଏକଦମ ନିଆରା ।

ତାଙ୍କ ଦମଦାର ଅଭିନୟ ତାଙ୍କୁ ଦେଇଛି ଅନେକ ପୁରସ୍କାର । ପଦ୍ମ ବିଭୂଷଣ ଅମିତାଭ ବଚ୍ଚନଙ୍କୁ ଫ୍ରାନ୍ସର ନାଇଟ୍ ଉପାଧିରେ ସମ୍ମାନିତ କରାଯାଇଛି । ଫିଲ୍ମ ଜଗତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ତାଙ୍କୁ ଫିଲ୍ମ ଫେୟାର ସମ୍ମାନରେ ସମ୍ମାନୀତ କରାଯାଇଛି । ନିକଟରେ ଅମିତାଭଙ୍କୁ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦ ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.