ETV Bharat / sitara

କାର୍ତ୍ତିକଙ୍କ ଦିୱାଲୀ ଲୁକର ଦିୱାନା ହେଲେ ଫ୍ୟାନ୍ସ

author img

By

Published : Nov 16, 2020, 8:27 AM IST

ଭାଇରାଲ ହେଲା କାର୍ତ୍ତିକଙ୍କ ନୂଆ ଅବତାର । ର୍କୁତା, ପଜାମା ପିନ୍ଧି ସେଲିବ୍ରେଟ କଲେ ଦିୱାଲୀ । ଫ୍ୟାନ୍ସଙ୍କ ପାଇଁ ସେୟାର କଲେ ଫଟୋ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ଫେମଲ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ । ତାଙ୍କର ଗୋଟିଏ ଝଲକ ଦେଖିବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି ସମସ୍ତେ । ରିଲ ଲାଇଫରେ ହେଉ କିମ୍ବା ରିୟଲ ଲାଇଫରେ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହ ସହ ଅନାଇ ବସନ୍ତି ଫ୍ୟାନ୍ସ । ଏଥର ତାଙ୍କ ଦିୱାଲୀ ଲୁକ ଦେଖି ସମସ୍ତେ ଦିୱାନା । ଭାଇରାଲ ହେଉଛି ତାଙ୍କ ଏଥେନିକ୍ ଲୁକ । ଯେଉଁଥିରେ ତାଙ୍କ ହ୍ୟାଣ୍ଡସମ ଅନ୍ଦାଜ ପୁଣି ଦେଖିବାକୁ ମିଳୁଛି ।

ଦିୱାଲୀ ଅବସରରେ ସେ ଏଥେନିକ୍ ଆଉଟଫିଟ୍ ପିନ୍ଧିଥିଲେ । ଆଉ ଭଉଣୀ କ୍ରିତିକା ତିୱାରିଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ମଜାଦାର ଅନ୍ଦାଜରେ କ୍ୟାପସନ ମଧ୍ୟ ଦେଇଛନ୍ତି । ପୋଷ୍ଟରେ ଲେଖିଛନ୍ତି, ‘ଦିୱାଲୀ ଅଫର ଆପଣ କ୍ୟାପସନ ଦିଅନ୍ତୁ, ମୁଁ କ୍ରେଡିଟ୍ ଦେବି ।’ ସେହିପରି ତାଙ୍କ ଏହି କ୍ୟାପସନ ଦେଖି ଫ୍ୟାନ୍ସ ମଧ୍ୟ ମଜାଦାର କମେଣ୍ଟ କରିଛନ୍ତି ।

ପ୍ରକାଶ ଥାଉକି ଶେଷଥର ସେ ଇମତିଆଜ ଅଲ୍ଲୀଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଲଭ ଆଜ କଲ’ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ସାରା ଅଲ୍ଲୀ ଖାନ । ହେଲେ ଖୁବଶୀଘ୍ର ସେ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବାକୁ ଯାଉଛନ୍ତି । ଏହି କ୍ରମରେ ସାମିଲ ଅଛି ତାଙ୍କ ଫିଲ୍ମ ‘ଭୁଲ ଭୁଲୈୟା 2’ ଓ ‘ଦୋସ୍ତାନା 2’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.