ନୂଆଦିଲ୍ଲୀ: ଜଣେ ଆଠ ବର୍ଷୀୟ ପୁଅ ଏବଂ ଜଣେ ସିଆରପିଏଫ ଯବାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ଉପରେ ଆଧାରିତ ଫିଲ୍ମ 'ହାମିଦ'ର ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଛି । ଫିଲ୍ମଟି ମାର୍ଚ୍ଚ 15ରେ ରିଲିଜ ହେବା ନେଇ ଯୋଜନା କରାଯାଇଛି । ପ୍ରଥମେ ଏହା ମାର୍ଚ୍ଚ 1ରେ ରିଲିଜ ହେବାର ଥିଲା । ଫିଲ୍ମର ନିର୍ମାତା ଗତ ମାସରେ ପୁଲୱାମାରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ କରିଛନ୍ତି ।
ନିର୍ଦ୍ଦେଶକ ଇଜାଜ ଖାନ ମଙ୍ଗଳବାର ଏକ ବୟାନରେ କହିଥିଲେ କି ଦେଶ ଦୁଃଖ ଏବଂ ଅଶାନ୍ତି ଦେଇ ଗତି କରୁଛି । ଆମେ ଆମ ଦେଶର ଲୋକଙ୍କ ସହ ଏକାଠି ରହିବାକୁ ଚାହୁଁଛୁ । 'ହାମିଦ' ଫିଲ୍ମ ଶାନ୍ତି, ପ୍ରେମ ଏବଂ ସମସ୍ତଙ୍କ ମହତ୍ବପୂର୍ଣ୍ଣ କଥାରେ ପରସ୍ପରର ସମସ୍ୟାକୁ ବୁଝିବାର ବିଷୟକୁ ଦର୍ଶାଉଛି । ତାଙ୍କ ଆଶା ଅଛି କି ଫିଲ୍ମ ଏହି ସମୟରେ ପ୍ରେମର ମହତ୍ବପୂର୍ଣ୍ଣ ସନ୍ଦେଶ ବିସ୍ତାର କରିବାରେ ସାହାଯ୍ୟ କରିବ ।
ଫିଲ୍ମରେ ଜଣେ ହାମିଦ ନାମକ ପୁଅର କାହାଣୀ ଦେଖିବାକୁ ମିଳିବ । କିପରି ଜଣେ ପୁଅର ସିଆରପିଏଫ ଯବାନଙ୍କ ସହ ନିବିଡ ସମ୍ପର୍କ ସ୍ଥାପନ ହୋଇଛି, ତାହା ଫିଲ୍ମରେ ଉପସ୍ଥାପନ କରାଯାଇଛି ।