ETV Bharat / sitara

କବୀର ସିଂ@1, ଫିଲ୍ମକୁ ନେଇ ମନ କଥା କହିଲେ ଶାହିଦ

2019 ଜୁନ 21ରେ ରିଲିଜ ହୋଇଥିଲା ଶାହିଦ ଓ କିୟାରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କବୀର ସିଂ’ । ବର୍ତ୍ତମାନ ଫିଲ୍ମ ରିଲିଜକୁ 1 ବର୍ଷ ପୂରଣ ହୋଇଯାଇଛି।

author img

By

Published : Jun 22, 2020, 2:02 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ନିଜ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ବଲିଉଡକୁ ଦେଇସାରିଛନ୍ତି । ହେଲେ ଗତ ବର୍ଷ ଜୁନ 21ରେ ରିଲିଜ ହୋଇଥିବା ତାଙ୍କ ଅଭିନୀତ ରୋମାଣ୍ଟିକ, ଆକ୍ସନ ଫିଲ୍ମ ‘କବୀର ସିଂ’ ଅନେକ ରେକର୍ଡ ଭାଙ୍ଗି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ରବିବାର କବୀର ସିଂ ରିଲିଜକୁ 1 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଶାହିଦ ଓ ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିବା କିୟାରା ଆଡଭାନୀ ସୋସିଆଲ ମିଡିଆରେ ଇମୋଶନାଲ ପୋଷ୍ଟ ସେୟାର କରିଛନ୍ତି ।

ରବିବାର ଶାହିଦ ଇନଷ୍ଟାଗ୍ରାମରେ ଫିଲ୍ମର କିଛି ସିନ ଫଟୋ ସେୟାର କରି ରିଲିଜକୁ 1 ବର୍ଷ ପୂରଣ ହେବା ସେଲିବ୍ରେଶନ କରିଥିଲେ । ସେହିପରି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, ‘ଏତେ ଜଟିଳ ଏବଂ ବିବାଦିତ ଭୂମିକାକୁ ଆପଣ ଏତେ ପ୍ରେମ ଦେଇଥିବାରୁ ଧନ୍ୟବାଦ । କବୀର ସିଂ ମୋ ପାଇଁ କେବଳ ଫିଲ୍ମ ନୁହେଁ ଏହା ଏକ ଭବନାତ୍ମକ ଅଂଶ ଥିଲା । ଯାହା କଞ୍ଚା ଥିଲା, ଖାଲି ଥିଲା, ଅସ୍ଥାୟୀ, ସଚ୍ଚୋଟ, ନିର୍ଭୟ ଏବଂ ବାସ୍ତବ ଥିଲା ।’

ପ୍ରକାଶ ଥାଉକି ‘କବୀର ସିଂ’ ତେଲୁଗୁର ସୁପରଡୁପର ହିଟ୍ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ଫିଲ୍ମ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ସନ୍ଦୀପ ୱାଙ୍ଗା ରେଡ୍ଡୀ । ସେ ‘ଅର୍ଜୁନ ରେଡ୍ଡୀ’ର ମଧ୍ୟ ନିର୍ଦ୍ଦେଶନା କରିଥିଲେ । 2019ର ସବୁଠାରୁ ଅଧିକା ଆୟ କରିଥିବା ଫିଲ୍ମ ସାଜିଥିଲା ‘କବୀର ସିଂ’ ।

ଯଦି ଶାହିଦଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ଆଉ ଏକ ତେଲୁଗୁ ସୁପରହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ନଜର ଆସିବେ । ଯାହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.