ETV Bharat / sitara

ମାଇନସ୍ 9 ଡିଗ୍ରୀରେ ସୁଟିଂ କଲେ ଗୁରୁ ରନ୍ଧାୱା, ନାକରୁ ବାହାରିଲା ରକ୍ତ

author img

By

Published : Jan 28, 2021, 6:23 AM IST

ନିକଟରେ ବଲିଉଡର ଲୋକପ୍ରିୟ ସିଙ୍ଗର ଗୁରୁ ରନ୍ଧାୱା କାଶ୍ମୀରରେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ, ଯେଉଁଠାରେ ପ୍ରବଳ ଥଣ୍ତା ଯୋଗୁଁ ତାଙ୍କ ନାକରୁ ରକ୍ତ ବାହାରିବାରେ ଲାଗିଥିଲା । ଅଧିକ ପଢନ୍ତୁ...

guru-randhawa-shooting-at-9-degree-celsius-in-kashmir-bleeds-due-to-cold
ମାଇନସ୍ 9 ଡିଗ୍ରୀ ତାପମାତ୍ରାରେ ସୁଟିଂ କଲେ ଗୁରୁ ରାନ୍ଧୱା, ନାକରୁ ବାହାରିଲା ରକ୍ତ

ନୂଆଦିଲ୍ଲୀ: ନିକଟରେ ବଲିଉଡର ଲୋକପ୍ରିୟ ସିଙ୍ଗର ଗୁରୁ ରନ୍ଧାୱା କାଶ୍ମୀରରେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ, ଯେଉଁଠାରେ ପ୍ରବଳ ଥଣ୍ତା ଯୋଗୁଁ ତାଙ୍କ ନାକରୁ ରକ୍ତ ବାହାରିବାରେ ଲାଗିଥିଲା ।

ବର୍ତ୍ତମାନ ଗୁରୁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କାଶ୍ମୀରର ବରଫବୃତ ମାଇନସ୍ -9 ଡିଗ୍ରୀ ତାପମାତ୍ରାରେ ମଧ୍ୟରେ ନଜର ଆସିଛନ୍ତି । ଏଥିସହିତ ସେ ଏକ କୋଟ ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି ।

ଫଟୋ ସେୟାର କରି କ୍ୟାପସନରେ ଗୁରୁ ଲେଖିଛନ୍ତି, ମାଇନସ୍ 9 ଡିଗ୍ରୀ ତାପମାତ୍ରାରେ ସୁଟିଂ କରିବା ବହୁତ କଷ୍ଟକର କିନ୍ତୁ ଆଗକୁ ବଢିବା ପାଇଁ କଠିନ ପରିଶ୍ରମ ହେଉଛି ଏକମାତ୍ର ଉପାୟ । ଆମେ କାଶ୍ମୀରରେ ସୁଟିଂ କରୁଛୁ । ଶୀଘ୍ର ଆସୁଛି । ଗୁରୁଙ୍କର ଏହି ଫଟୋ ଦେଖି ଫ୍ୟାନ୍ସଙ୍କ ଚିନ୍ତା ବଢିବାରେ ଲାଗିଥିଲା ।

ଜଣେ ୟୁଜର୍ସ ଲେଖିଛନ୍ତି, କ’ଣ ହେଲା ? ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି - ୱାହିଗୁରୁ ମେହେର କରେ । ଏବେ ଗୁରୁଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ପୂର୍ବରୁ ଗୁରୁ କାଶ୍ମୀରରୁ ତାଙ୍କର ଫଟୋ ଏବଂ ଭିଡିଓ ଅଭିନେତ୍ରୀ ଶ୍ରୀନାଲ ଠାକୁରଙ୍କ ସହ ସେୟାର କରିଥିଲେ। ସେ ଶ୍ରୀନାଲଙ୍କ ସହ 'ଅଭି ନା ଛୋଡୋ ମୁଝେ'ର ସୁଟ୍ କରିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.