ETV Bharat / sitara

ଗୁଲଜାର ଗାଇଲେ ହଳଧର ନାଗଙ୍କ କାହାଣୀ

author img

By

Published : Sep 24, 2019, 10:06 AM IST

ଓଡିଶାର ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ପ୍ରସିଦ୍ଧ ଗୀତିକାର ଗୁଲଜାର । ହଳଧରଙ୍କ କାହାଣୀକୁ କବିତା ଆକାରରେ ଖୁବ ସୁନ୍ଦରଭାବେ ସଜାଇଛନ୍ତି ଗୁଲଜାର ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଲୋକ କବି ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁର ସନ୍ତାନ ଆଉ ଓଡିଶାର ଗର୍ବ । 2016ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ମହାନ ଗୀତିକାର ଗୁଲଜାର । ଭର୍ଚୁଆଲ ଭାରତ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ମ୍ୟୁଜିକ ଭିଡିଓକୁ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ପ୍ରଶଂସା ଓ ପସନ୍ଦ କରାଯାଇଛି ।

  • " class="align-text-top noRightClick twitterSection" data="">

ଓଡିଶାର ପ୍ରସିଦ୍ଧ ଆଦିବାସୀ କବି ହଳଧରଙ୍କ କାହାଣୀ ନିଜେ ଲେଖି ଶୁଣାଇଛନ୍ତି ଗୁଲଜାର । ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନକୁ ବେଶ ସୁନ୍ଦରଭାବେ ଭିଡିଓରେ ଦେଖିବାକୁ ମିଳିଛି । ଏହାସହ ହଳଧର ନିଜେ କବିତା ପଢୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । କେବଳ ଗୁଲଜାର ନୁହେଁ ବରଂ ତାମିଲ ରାପର ଆର୍ଟ୍ସଲଡ ମଧ୍ୟ ରାପ୍ ଜରିଆରେ ହଳଧରଙ୍କ କାହାଣୀ କହିଛନ୍ତି ।

ୟୁଟ୍ୟୁବରେ #LetterstoHaldhar ନାମରେ ଟ୍ରେଣ୍ଡ ଆରମ୍ଭ ହୋଇଛି । ଓଡିଶାର ଏହି ଲୋକ କବିଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ । ଆଦିବାସୀ ଓ କୋଶଳୀ ଭାଷ ପାଇଁ ସର୍ବଦା ଲଢିଆସୁଥିବା ହଳଧର 1950 ମସିହା ମାର୍ଚ୍ଚ 31ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ‘ଲୋକକବି ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି । ଖାଲି ଏତିକି ନୁହେଁ ପପୁଲାର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC) ହଳଧରଙ୍କ ଜୀବନୀ ଉପର ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.