ETV Bharat / sitara

ଗଲି ବୟ ପୁଣି କରିବେ ଧମାଲ - rajkumar santoshi

ଲୋକପ୍ରିୟ ଅଭିନେତା ରଣଭୀର ସିଂହ ବର୍ତ୍ତମାନ ନୂଆ ନିର୍ଦ୍ଦେଶକଙ୍କ ହାତ ଧରିଛନ୍ତି । ସେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସହ ଏକ ଫିଲ୍ମ ସାଇନ କରିଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 9, 2019, 5:31 AM IST

ନୂଆଦିଲ୍ଲୀ: ଗତ ବର୍ଷରୁ ନେଇ ଏଯାବତ ବକ୍ସ ଅଫିସରେ ବଲିଉଡର ସିମ୍ବା ଏବଂ ଗଲି ବୟ ରଣଭୀର ସିଂହ କବଜା କରି ରଖିଛନ୍ତି । ବର୍ତ୍ତମାନ ସେ ନିଜର ରାଜୁତି ବଜାଇ ରଖିବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ, ଐତିହାସିକ, ମ୍ୟୁଜିକାଲ ଭଳି ଅନେକ ଭେରାଇଟି ପରେ ଏବେ ରଣଭୀର କମେଡି ଆଡକୁ ପଦ ବଢାଇଛନ୍ତି । ସେ ଏବେ ଜଣାଶୁଣା ନିର୍ଦ୍ଦେଶକଙ୍କ ହାତ ଧରିଛନ୍ତି ।

ରଣଭୀର ସବୁବେଳେ ନିଜ ଗେଟଅପ ଏବଂ ଡିଫରେଣ୍ଟ ଟାଇପ ରୋଲ୍ସ ଜରିଆରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଆନ୍ତି । ଇତିମଧ୍ୟରେ ରଣଭୀରଙ୍କ ସହ ସମ୍ପୃକ୍ତ ଥିବା ଏକ ଖବର ସାମ୍ନାକୁ ଆସିଛି । ସେ ପୁଣିଥରେ ଜବରଦସ୍ତ ଫିଲ୍ମ ପରଦାରେ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି । ସେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସହ ଏକ ଫିଲ୍ମ ସାଇନ କରିଛନ୍ତି ।

ପ୍ରକାଶ ଥାଉକି ରଣଭୀର, ରାଜକୁମାରଙ୍କ ଏହି ଭିନ୍ ପ୍ରୋଜେକ୍ଟ ପାଇଁ ହଁ କରିସାରିଛନ୍ତି । ଏହି ଫିଲ୍ମକୁ ନେଇ ଦୀର୍ଘ ସମୟରୁ କଥାବାର୍ତ୍ତା ଚାଲିଥିଲା । ଏବର୍ଷ ଡିସେମ୍ବରରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ।

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା କି ରାଜକୁମାର ଭାଇଜାନ୍ ସଲମାନ ଖାନ ଓ ଆମୀର ଖାନ ଷ୍ଟାରର 'ଅନ୍ଦାଜ ଅପନା ଅପନା' ସିକ୍ବେଲ ଉପରେ କାମ କରୁଛନ୍ତି । ଦେଖିବାକୁ ବାକି ରହିଲା କି କେଉଁ ଫିଲ୍ମ ନେଇ ରଣଭୀର ପୁଣି ନିଜ ଫ୍ୟାନ୍ସକୁ ଆଶ୍ଚର୍ଯ୍ୟ କରୁଛନ୍ତି ।

Intro:Body:

ମୁମ୍ବାଇ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମନିର୍ମାତା କରଣ ଜୋହର ବି-ଟାଉନ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୋଟିଏ ବଡ ସରପ୍ରାଇଜ । କରଣଙ୍କ ବହୁଅପେକ୍ଷିତ ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଆଜି କରଣ ଫିଲ୍ମରେ ସମସ୍ତ ଷ୍ଟାରଙ୍କ ଲୁକ ରିଲିଜ କରିଛନ୍ତି ।

କରଣ ପ୍ରଥମେ ଆଲିୟାଙ୍କ ଲୁକ ରିଲିଜ କରି ଶୀର୍ଷକରେ ଲେଖିଛନ୍ତି, 'ଟୁ ଲଭ ହର ଇଜ ଟୁ ଲଭ ଫାୟାର, ଏ ହେଉଛନ୍ତି ରୂପ !' ପୋଷ୍ଟରରେ ଆଲିୟା ରୟାଲ ବୋହୂ ବେଶରେ ନଜର ଆସି ଲାଲ ରଙ୍ଗର ଓଢଣୀରେ ଦିଶୁଛନ୍ତି ଖୁବ ସୁନ୍ଦର ।

ଆଲିୟାଙ୍କ ପରେ କରଣ, ସୋନାକ୍ଷୀଙ୍କ ଲୁକ ରିଲିଜ କରିଛନ୍ତି । ପୋଷ୍ଟରରେ ସୋନାକ୍ଷୀ ସାଧାରଣ ଲୁକରେ ଲାଲ ବିନ୍ଦି ଓ ସିନ୍ଦୁର ପିନ୍ଧିଥିବାବେଳେ ଫଟୋର ଶୀର୍ଷକରେ ଲେଖାଯାଇଛି, 'ଏ ହେଉଛନ୍ତି ସତ୍ୟା'।                                                                                                                                                                                                                            

ସୋନାକ୍ଷୀଙ୍କ ପରେ କରଣ ରିଭିଲ କରିଥିଲେ ଧକଧକ ଗର୍ଲ ମାଧୁରୀଙ୍କ ଲୁକ । ମାଧୁରୀ ଲାଲ ରଙ୍ଗର ଟ୍ରାଡିଶନାଲ ଓଢଣୀରେ ବେଶ ସୁନ୍ଦର ଦିଶୁଥିବାବେଳେ ଏହାର ଶୀର୍ଷକରେ ସେ ଲେଖିଛନ୍ତି, 'ଆଉ କାହା ଛାଇକୁ ପିଛା ନକରି ସେ ଅନ୍ଧାରରେ ଏକା ଚାଲିବାକୁ ପସନ୍ଦ କରିବେ । ବାହାର ବେଗମ ।'                                                                                                                                                               ପ୍ରକାଶ ଥାଉକି, ଗତକାଲି କରଣ ଫିଲ୍ମର ପୁରୁଷ ଷ୍ଟାରମାନଙ୍କ ଲୁକ ରିଲିଜ କରିଥିଲେ । ବରୁଣ ଧୱନ ଜାଫର, ଆଦିତ୍ୟ ରୟ କପୁର ଦେବ ଚୌଧୁରୀ ଓ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମଟି ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ଦ୍ବାରା ପ୍ରଯୋଜିତ, ଯାହାକି ଏପ୍ରିଲ 19ତାରିଖରେ ରିଲିଜ ହେବ ।                           

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.