ମୁମ୍ବାଇ: ଡିଜିଟାଲ ଫିଲ୍ମ 'ଗିଲ୍ଟି' ସହିତ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ଅଭିନେତ୍ରୀ ଆଙ୍କକ୍ଷା ରଞ୍ଜନ କପୁର । ସେ କହିଛନ୍ତି ଯେ, ଲକଡାଉନ ସମୟରେ କିଛି ଭଲ ଚଳଚ୍ଚିତ୍ର ଦେଖି ତାଙ୍କର ସମୟକୁ ଉପଭୋଗ କରୁଛନ୍ତି ।
ଆଙ୍କକ୍ଷା ଆଇଏଏନଏସକୁ କହିଛନ୍ତି ଯେ, ମୁଁ ଲକଡାଉନ ସମୟରେ ଫିଲ୍ମ ଦେଖି ମୋର ସମୟକୁ ଉପଭୋଗ କରୁଛି । କିନ୍ତୁ ବର୍ତ୍ତମାନ ମୁଁ କୁିଛି ଗୁରୁତ୍ୱପୂର୍ଣ୍ଣ ଫିଲ୍ମମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି, ଯେଉଁଥିରେ ମୁଁ ଅଭିନୟ କରିବାକୁ ଚାହୁଁଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ , ଯେତେବେଳେ ମୁଁ 'ଥପଡ' ଫିଲ୍ମ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ତାପସୀ ଭୂମିକାରେ ଅଭିନୟ କରିବି । ଏହି ଫିଲ୍ମ ମୋତେ ବହୁତ ପସନ୍ଦ ଆସିଥିଲା ଏବଂ ଏହି ଫିଲ୍ମରେ ତାପସୀଙ୍କ ଭୂମିକା ମତେ ବହୁତ ପସନ୍ଦ ଆସିଥିଲା । ଏହାପରେ ଯେତେବେଳେ ମୁଁ 'ଧାରା375' ଫିଲ୍ମ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ଏହି ଫିଲ୍ମରେ ମଧ୍ୟ ଅଭିନୟ କରିବାକୁ ଚାହିଁଛି ।
ଆଙ୍କକ୍ଷା କହିଛନ୍ତି, 'ମୁଁ ଅନୁଭା ସିହ୍ନା, ଶକୁନ ବତ୍ରା ଏବଂ ଲଭ ରଞ୍ଜନଙ୍କ ସହ କାମ କରିବାକୁ ଚାହୁଁଛି, କାରଣ ମୁଁ ଅନୁଭବ କଲି ଯେ ସେମାନଙ୍କ ସମସ୍ତଙ୍କର ଫିଲ୍ମର କାହାଣୀ ମୋତେ ଜଣେ ଭଲ ଅଭିନେତ୍ରୀ ଭାବରେ ପରିଚିତ କରାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ