ETV Bharat / sitara

କୃଷକଙ୍କୁ ସୈନିକଙ୍କ ସହ ତୁଳନା କଲେ ଦେଶୀ ଗାର୍ଲ

author img

By

Published : Dec 7, 2020, 12:02 PM IST

ଭାଇରାଲ ହେଲା ପ୍ରିୟଙ୍କାଙ୍କ ନୂଆ ଟ୍ବିଟ । ଏଥର ସେ କୃଷକ ଆନ୍ଦୋଳନ ଉପରେ ଟ୍ବିଟ କରି ସମସ୍ତଙ୍କୁ ସମର୍ଥନ କରିଛନ୍ତି । ଏହାସହ ସେ ଦିଲଜିତଙ୍କ ଟ୍ବିଟ ଉପରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଦେଶରେ ଜାରି ଥିବା କୃଷକ ଆନ୍ଦୋଳନ ପୁରା ଦୁନିଆର ଧ୍ୟାନ ନିଜ ଆଡକୁ ଟାଣିବାରେ ଲାଗିଛି । ଏହି ଆନ୍ଦୋଳନରେ ବଲିଉଡ ମଧ୍ୟ ମୁଖ୍ୟ ଭୂମିକା ପରି ନଜର ଆସୁଛି । ଯଦି କୃଷକମାନେ ରାସ୍ତାରେ ସ୍ବର ଉତ୍ତୋଳନ କରୁଛନ୍ତି, ତେବେ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ମଧ୍ୟ ତାହା କରୁଥିବା ଦେଖିବାକୁ ମିଳୁଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । କୃଷକଙ୍କ ଦୁଃଖ ଦେଖି ସେ ମଧ୍ୟ ଦୁଃଖି । ଏବେ ବିଦେଶରେ ଥିବା ପ୍ରିୟଙ୍କା କୃଷକଙ୍କ ଆନ୍ଦୋଳନକୁ ଫଲୋ କରୁଥିବାର ନଜର ଆସୁଛନ୍ତି ।

ସେ ଏକ ଟ୍ବିଟ କରି ମନ କଥା ଜଣାଇ ଲେଖିଛନ୍ତି, ‘କୃଷକମାନେ ଆମର ସୈନିକ | ସେମାନଙ୍କର ସମସ୍ତ ଭୟ ଦୂର କରିବା ଜରୁରୀ ଅଟେ । ସେମାନଙ୍କର ଆଶା ପୂରଣ ହେବା ନିହାତି ଦରକାର । ଗଣତନ୍ତ୍ର ଭାବରେ ଏହି ବିବାଦର ଶୀଘ୍ର ସମାଧାନ କରିବା ଆମର ଦାୟିତ୍ବ ।’ ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ଫ୍ୟାନ୍ସଙ୍କ ମନ କିଣିଛି । କମେଣ୍ଟ କରି ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ସମସ୍ତେ ।

  • Our farmers are India’s Food Soldiers. Their fears need to be allayed. Their hopes need to be met. As a thriving democracy, we must ensure that this crises is resolved sooner than later. https://t.co/PDOD0AIeFv

    — PRIYANKA (@priyankachopra) December 6, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଲୋକପ୍ରିୟ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ଏକ ଟ୍ବିଟରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ କିଛି ଲୋକ କୃଷକ ଆନ୍ଦୋଳନକୁ ଧର୍ମରେ ସାମିଲ କରୁଛନ୍ତି । ଯାହାର ସମର୍ଥନ କରି ପ୍ରିୟଙ୍କା ସମସ୍ତଙ୍କୁ ଜଣାଇଛନ୍ତି ଯେ ଏହି ଆନ୍ଦୋଳନକୁ ଧର୍ମଠାରୁ ଦୂରେଇ ରଖିବାକୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.