ETV Bharat / sitara

ରିଲିଜ ହେଲା Rashmi Rocketର ଗୀତ 'Ghani Cool Chori', ଚିଡ଼ାଇଲେ ଭଉଣୀ

author img

By

Published : Sep 28, 2021, 8:02 PM IST

ଆସୁଛି ନବରାତ୍ରି । ଏହାକୁ ଦୃଷ୍ଟିରେ ରଖି ରିଲିଜ ହେଲା ତାପସୀଙ୍କ 'ରଶ୍ମି ରକେଟ'ର ଗୀତ ଘାନି କୁଲ ଛୋରି...

ରିଲିଜ ହେଲା Rashmi Rocketର ଗୀତ 'Ghani Cool Chori '

ମୁମ୍ବାଇ: ଆସୁଛି ଚଳିତ ବର୍ଷର ନବରାତ୍ରି ପୂଜା । ଏହାକୁ ଦୃଷ୍ଟିରେ ରଖି ତାପସୀ ପନ୍ନୁଙ୍କ ଫିଲ୍ମ 'ରଶ୍ମି ରକେଟ'ର 'ଘାନି କୁଲ ଛୋରି' ଗୀତ ରିଲିଜ ହୋଇଛି । ଏଥିରେ ତାପସୀଙ୍କ ଦମଦାର ଡ୍ୟାନ୍ସ ମୁଭ ଦେଖିବାକୁ ମିଳିଥିବାବେଳେ ସେ ଘାଘରା-ଚୋଲି ଗର୍ବା ଆଉଟଫିଟ ପିନ୍ଧିଛନ୍ତି ।

ଏହି ଗୀତକୁ ଅମିତ ତ୍ରିବେଦୀ କମ୍ପୋଜ କରିଥିବାବେଳେ ଭୂମି ତ୍ରିବେଦୀ ଗୀତଟିକୁ ଗାଇଛନ୍ତି । ଏହି ଗୀତର ଲିଙ୍କକୁ ତାପସୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ତାପସୀଙ୍କ ନୃତ୍ୟକଳାକୁ ନେଟିଜେନ୍ସ ଖୁବ ପସନ୍ଦ କରିଥିବାବେଳେ ତାପସୀଙ୍କ ସାନ ଭଉଣୀ ଶଗୁନ ପନ୍ନୁ ଦେଇଛନ୍ତି ଫନ୍ନି ରିଆକ୍ସନ । ଏଥିରେ ଶଗୁନ କମେଣ୍ଟ କରିଛନ୍ତି ଯେ ତାପସୀ କେବଳ ଏଠାରେ Sorry କହିଛନ୍ତି । ଏହି ଗୀତରେ ଗୋଟିଏ ସ୍ଥାନରେ ତାପସୀ ଅଧିକ କୁଲ୍‌ ହେବା ପାଇଁ ଯୁବକଙ୍କୁ କ୍ଷମା ମାଗିଛନ୍ତି । ଗୀତର ଏହି ସିନ୍‌କୁ ନେଇ ଶଗୁନ ବଡ଼ ଭଉଣୀକୁ ଚିଡ଼ାଇଥିବା ଦେଖିବାକୁ ମିଳିଛି ।

ଗୀତକୁ ନେଇ ତାପସୀଙ୍କୁ ଚିଡାଇଲେ ଭଉଣୀ ଶଗୁନ
ଗୀତକୁ ନେଇ ତାପସୀଙ୍କୁ ଚିଡାଇଲେ ଭଉଣୀ ଶଗୁନ

ତାପସୀ ଏଥିରେ କମେଣ୍ଟ୍‌ସ ଦେଇ ଲେଖିଛନ୍ତି ଯେ 'ଚୁପ ରୁହ' । ସେପଟେ ଏହି ଫିଲ୍ମଟି ଏକ ଛୋଟ ଗାଁର ଜଣେ ଯୁବତୀ, ଯିଏକି ଏକ ବୃତ୍ତିଗତ ରନର୍ ଭାବରେ ଦେଶ ପାଇଁ ପ୍ରଶଂସା ଜିତନ୍ତି । ତଥାପି, ଯେତେବେଳେ ତାଙ୍କୁ ଲିଙ୍ଗ ଯାଞ୍ଚ ପରୀକ୍ଷା(Gender verification test) ପାଇଁ ଡାକନ୍ତି, ସେତେବେଳେ ତାଙ୍କ ଜୀବନ ଏକ ମୋଡ଼ ନେଇଥାଏ । ଏହି କାହାଣୀ ଉପରେ ଫିଲ୍ମଟି ଆଧାରିତ । ଅକ୍ଷୟ ଖୁରାନାଙ୍କ ଦ୍ବାରା ନିର୍ଦ୍ଦେଶିତ ରଶ୍ମୀ ରକେଟରେ ସୁପ୍ରିୟା ପାଠକ ଏବଂ ଅଭିଷେକ ବାନାର୍ଜୀ ଅନ୍ୟ କଳାକାର ଭାବେ ଅଭିନୟ କରିଛନ୍ତି ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.