ETV Bharat / sitara

Gangubai Kathiawadi: ଥମୁନି ବିବାଦ, ବମ୍ବେ ହାଇକୋର୍ଟରେ ଯାଚିକା ଦାୟର

author img

By

Published : Feb 22, 2022, 7:20 PM IST

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ 'ଗଙ୍ଗୁବାଇ କାଠିଆୱାଡି' ରିଲିଜ ହେବା ପୂର୍ବରୁ ମଧ୍ୟ ବିବାଦରେ ଛନ୍ଦି ହୋଇପଡିଛି। ପୂର୍ବ ଚଳଚ୍ଚିତ୍ର ପରି ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ନାମରେ ପୁଣି ବିବାଦ ସୃଷ୍ଟି ହୋଇଛି । ଚଳଚ୍ଚିତ୍ରକୁ ନେଇ ବିଧାୟକ ଅମିନ ପଟେଲ ବମ୍ବେ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି । ଅଧିକ ପଢନ୍ତୁ

ମୁନି ବିବାଦ, ବମ୍ବେ ହାଇକୋର୍ଟରେ ହାଜର ହେଲେ କଂଗ୍ରେସ ବିଧାୟକ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ 'ଗଙ୍ଗୁବାଇ କାଠିଆୱାଡି' ରିଲିଜ ହେବା ପୂର୍ବରୁ ମଧ୍ୟ ବିବାଦରେ ଛନ୍ଦି ହୋଇପଡିଛି। ପୂର୍ବ ଚଳଚ୍ଚିତ୍ର ପରି ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ନାମରେ ପୁଣି ବିବାଦ ସୃଷ୍ଟି ହୋଇଛି ।

  • Congress MLA Amin Patel has filed a petition in Bombay HC to change the name of the film 'Gangubai Kathiawadi' alleging it misrepresents Kamathipura as a red-light area while showing the Kathiawadi community in poor light. The hearing will take place tomorrow.

    (File Photo) pic.twitter.com/U7cwoQpRCK

    — ANI (@ANI) February 22, 2022 " class="align-text-top noRightClick twitterSection" data=" ">

ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କ ଚରିତ୍ର ବାସ୍ତବ ଜୀବନର ଗଙ୍ଗୁବାଇର କାହାଣୀ ଉପରେ ଆଧାରିତ । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଅନେକ ବିବାଦ ଲାଗି ରହିଛି। ଏହାପୂର୍ବରୁ ପ୍ରକୃତ ଗଙ୍ଗୁବାଇଙ୍କ ପରିବାର ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏଥିସହିତ କମାଠୀପୁରାର ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକମାନେ କହିଛନ୍ତି ଯେ ଫିଲ୍ମରେ କମାଠୀପୁରାଙ୍କ ନାମ ବ୍ୟବହାର ହେବା ଏବଂ ଏହାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି । ଯାହା ଆଦୌ ଗ୍ରହଣୀୟ ନୁହେଁ ।

କୋର୍ଟରେ ଆବେଦନ

ଲୋକଙ୍କ ରାଗ ବା କ୍ରୋଧ ଦେଖିବା ପରେ ସ୍ଥାନୀୟ କଂଗ୍ରେସ ବିଧାୟକ ଅମିନ ପଟେଲ ବମ୍ବେ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି । ବିଧାୟକ ପିଟିସନ ଦାଖଲ କରି ଦାବି କରିଛନ୍ତି କି, ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ନିର୍ମାତାଙ୍କୁ କମାଠୀପୁରାର ନାମ ବଦଳାଇବାକୁ ଆଦେଶ ଦିଆଯାଉ। ବମ୍ବେ ହାଇକୋର୍ଟ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଏହି ମାମଲାର ଶୁଣାଣି କରିବେ ।

ରେଡ୍ ଲାଇଟ୍ ଏରିଆ ଭାବେ ଜଣାଶୁଣା ଥିଲା କମାଠୀପୁରା

ମୁମ୍ବାଇରେ ଅବସ୍ଥିତ କମାଠୀପୁରା ଦିନେ ରେଡ୍ ଲାଇଟ୍ ଏରିଆ ଭାବରେ ଜଣାଶୁଣା ଥିଲା । ଅବଶ୍ୟ, କିଛି ବର୍ଷ ପରେ କମାଠୀ ଶ୍ରମିକମାନେ ଏଠାରେ ବସବାସ କରିବା ଆରମ୍ଭ କଲେ ଏବଂ ନାମ କମାଠୀପୁରାରେ ପରିବର୍ତ୍ତିତ ହେଲା । ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ କମାଠୀପୁରାର ନାମ ପୁଣିଥରେ ସାରା ଦେଶରେ ରେଡ ଲାଇଟ୍ ଏରିଆ ଭାବରେ ଚର୍ଚ୍ଚା ହେଲା । ଏଠାରେ ରହୁଥିବା ଲୋକମାନଙ୍କର ଏଥିରେ ଆପତ୍ତି ରହିଛି । ସେମାନେ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳକୁ ଅପମାନିତ କରାଯାଉଛି। ଯେଉଁଥିପାଇଁ ସେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ 'ଗଙ୍ଗୁବାଇ କାଠିଆୱାଡି' ଫେବୃଆରୀ 25ରେ ସିନେମା ଘରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.