ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ପୁଣି ଥରେ ବିବାଦ ଘେରରେ । କମାଠୀପୁରା ବାସିନ୍ଦା ଏହି ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ଏହା ପଛରେ କାରଣ ଦର୍ଶାଇଛନ୍ତି ଯେ, ଫିଲ୍ମଟି କମାଠୀପୁରା ଅଞ୍ଚଳକୁ ଭୁଲ ଢଙ୍ଗରେ ଚିତ୍ରଣ କରିଛି ।
- " class="align-text-top noRightClick twitterSection" data="">
ସଞ୍ଜୟ ଲୀଲାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ବିବାଦରେ ଅଛି । ଏହାପୂର୍ବରୁ ତାଙ୍କ ଚଳଚ୍ଚିତ୍ର 'ବାଜିରାଓ ମସ୍ତାନୀ' ଏବଂ 'ପଦ୍ମାବତ' ମଧ୍ୟ ବିବାଦ ଘେରରେ ଥିଲା ।
- " class="align-text-top noRightClick twitterSection" data="
">
ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଆଲିଆଙ୍କୁ କମାଠୀପୁରାର ଏକ ରୂପଜୀବି ଭାବରେ ଦର୍ଶାଯାଇଛି । ବର୍ତ୍ତମାନ ଏହାକୁ କମାଠୀପୁରା ବାସିନ୍ଦା ବିରୋଧ କରିଛନ୍ତି ।
କମାଠୀପୁରା ବାସିନ୍ଦା ଅନୁଭବ କରୁଛନ୍ତି ଯେ, କମାଠୀପୁରାରେ ବାସ କରୁଥିବା 200 ବର୍ଷର ଇତିହାସ ସଞ୍ଜୟ ଲୀଲା ଭଂସାଲୀଙ୍କ ଦ୍ବାରା ଖରାପ ହୋଇଯାଇଛି ଏବଂ ସେ ଭାବନାକୁ ମଧ୍ୟ ଆଘାତ ଦେଇଛନ୍ତି ।