ETV Bharat / sitara

ଗାନ୍ଧୀଙ୍କ ବିଚାରଧାରାର ସଫଳ ନିଦର୍ଶନ ‘ଲଗେ ରହୋ ମୁନ୍ନାଭାଇ’ - ଗାନ୍ଧୀଙ୍କ ବିଚାରଧାରା

ଗାନ୍ଧୀଜୀଙ୍କ ଜୀବନୀକୁ ନେଇ ଅନକେ ଫିଲ୍ମ ନିର୍ମାଣ କରାଯାଇଛି । କିନ୍ତୁ ପ୍ରଥମ ଥର ଗାନ୍ଧୀଙ୍କ ବିଚାରଧାରାକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ‘ଲଗେ ରହୋ ମୁନ୍ନାଭାଇ’ । ମୁରଲୀ ପ୍ରସାଦ ଶର୍ମା ଭୂମିକାରେ ନଜର ଆସି ଗାନ୍ଧୀଜୀଙ୍କ ବିଚାରଧାରାକୁ ଉପସ୍ଥାପନା କରିଥିଲେ ସଞ୍ଜୟ ଦତ୍ତ ।

ଡିଜାଇନ ଫଟୋ
author img

By

Published : Oct 2, 2019, 11:15 AM IST

ହାଇଦ୍ରାବାଦ: ମୁରଲୀ ପ୍ରସାଦ ଶର୍ମା ବା ମୁନ୍ନା ଭାଇ, ନାଁଟି ଶୁଣିଲେ ସଞ୍ଜୟ ଦତ୍ତଙ୍କ ସେଇ ଆଇକୋନିକ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ କଥା ମନେ ପଡେ । ଫିଲ୍ମରୁ କିଛି ଦିନର ବିରତି ନେବା ପରେ ଫିଲ୍ମ ‘ମୁନ୍ନାଭାଇ ଏମବିବିଏସ’ ଜରିଆରେ ବଲିଉଡକୁ ପୁଣି ଏଣ୍ଟ୍ରି ମାରିଥିଲେ ସଞ୍ଜୟ ଦତ୍ତ । ଏହାପରେ 2006ରେ ‘ଲଗେ ରହୋ ମୁନ୍ନାଭାଇ’ ରିଲିଜ ହୋଇଥିଲା । ଗାନ୍ଧୀଗିରିର ପରିଭାଷାକୁ ସମ୍ପୁର୍ଣ୍ଣ ପରିବର୍ତ୍ତନ କରିଥିଲା ଏହି ଫିଲ୍ମ ।

  • " class="align-text-top noRightClick twitterSection" data="">

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ରାଜକୁମାର ହିରାନି ଓ ପ୍ରଯୋଜନା କରିଥିଲେ ବିଦୁ ବିନୋଦ ଚୋପ୍ରା । ଗାନ୍ଧୀଗିରି ଜରିଆରେ ଜଣେ ସାଧାରଣ ବ୍ୟକ୍ତି କିପରି ନିଜର ସମସ୍ୟାକୁ ସମାଧାନ କରୁଛି, ଏହି ଫିଲ୍ମର ସାରାଂଶ । ଚାରୋଟି ନ୍ୟାସନାଲ ଆୱାର୍ଡ ସହ 2007ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ପେଶାଲ ସ୍କ୍ରିନି କରାଯାଇଥିଲା । ଅନ୍ୟପକ୍ଷେ 2007ରେ ଏକାଡେମୀ ଆୱାର୍ଡ ପାଇଥିଲା । ଏହାର ତେଲୁଗୁ ଭର୍ସନ ମଧ୍ୟ ‘ଶଙ୍କର ଦାଦା ଜିନ୍ଦାବାଦ୍’ ନାମରେ ରିଲିଜ କରାଯାଇଥିଲା ।

ମୁନ୍ନାଭାଇ ନିଜ ଲେଡି ଲଭକୁ ଦେଖା କରିବା ପାଇଁ ରେଡିଓ କୁଇଜରେ ଭାଗ ନେଲେ ଓ ପ୍ରତିଯୋଗୀତାରେ ବିଜୟୀ ହୋଇ ଲେଡି ଲଭ୍ ଜାହ୍ନବୀ ଅର୍ଥାତା ବିଦ୍ୟା ବାଲନଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ସେଠାରେ ଜାହ୍ନବୀ ତାଙ୍କୁ ଜଣେ ଶିକ୍ଷକ ଭାବରେ ପରିଚିତ କରାଇଲେ ଓ ଏକ ବୃଦ୍ଧାଶ୍ରମରେ ଗାନ୍ଧୀଙ୍କ ବିଷୟରେ ଆଲୋଚନା କରିବା ପାଇଁ ଡକାଇଲେ । ଗାନ୍ଧୀଙ୍କ ବିଷୟରେ ଜାଣିନଥିବା ମୁନ୍ନା ଲାଇବ୍ରେରୀରେ ବେଶି ଗାନ୍ଧୀଙ୍କ ବିଷୟରେ ପଢୁଥିବା ବେଳେ ତାଙ୍କୁ ଗାନ୍ଧୀଜୀ ଅର୍ଥାତ ଦିଲ୍ଲୀପ ପ୍ରଭାଭାଲକର୍ ନଜର ଆସିଥିଲେ ଓ ପ୍ରତିକ୍ଷେତ୍ରରେ ଗାନ୍ଧୀଜୀ, ମୁନ୍ନାଭାଇଙ୍କୁ ସହୟତା କଲେ ।

ଅହିଂସାରେ ବିଶ୍ବାସ ରଖୁଥିବା ମୁନ୍ନା, ଧିରେ ଧିରେ ଗାନ୍ଧୀଜୀଙ୍କ କଥା ମାନିବାକୁ ଲାଗିଲେ ଓ ରେଡିଓ ମାଧ୍ୟମେର ଗାନ୍ଧୀଜୀଙ୍କ ପ୍ରତ୍ୟେକ ବାଣୀ ଶ୍ରୋତାଙ୍କ ପାଖରେ ପହଞ୍ଚାଇଲେ । ଗାନ୍ଧୀଗିରି ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କଲେ । ଅନେକ ଲୋକଙ୍କ ସଠିକ୍ ରାସ୍ତା ଦେଖାଇଲେ । ଫିଲ୍ମର କାହାଣୀରେ ଗାନ୍ଧୀଜୀଙ୍କ ପ୍ରତିଛବିକୁ ଖୁବ ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା । ଗାନ୍ଧୀଗିରି ମାଧ୍ୟମରେ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ନିଜ ସମସ୍ୟାକୁ ମଧ୍ୟ ସମାଧାନ କରିପାରିଥିଲେ ।

ଗୁଣ୍ଡା ଭାବରେ ବଞ୍ଚୁଥିବା ମୁନ୍ନା, ଗାନ୍ଧୀଙ୍କ ବିଚାରଧାରାରେ ଆସିବା ପରେ ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲେ । ଅହିଂସା ରାସ୍ତା ସର୍ବଦା ସମସ୍ୟାର ସମାଧାନ କରିଥାଏ । ଟିକେ ବିଳମ୍ବ ହୋଇଥାଏ ସତ ମାତ୍ର ସଫଳତା ନିଶ୍ଚିତ । ‘ଲଗେ ରହୋ ମୁନ୍ନାଭାଇ’ ସେପରି ଏକ ଫିଲ୍ମ, ଯିଏ ଅହିଂସାର ରାସ୍ତାକୁ ଆପଣାଇବା ପାଇଁ ଶିକ୍ଷା ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.