ମୁମ୍ବାଇ: ମଙ୍ଗଳବାର ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ଗନପଥ’ର ନୂଆ ମୋଶନ ପୋଷ୍ଟର ଜାରି କରାଯାଇଥିଲା । ଯେଉଁଥିରେ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ କେବଳ ଝଲକ ଦେଖିବାକୁ ମିଳିଥିଲା । ଏହି ଫାଷ୍ଟଲୁକ ମୋଶନ ପୋଷ୍ଟରେ ଅଭିନେତ୍ରୀଙ୍କ ଖୁଲାସା ହୋଇନଥିଲା । ଆଉ ଆଜି ଟାଇଗରଙ୍କୁ ମିଳିଛନ୍ତି ଗନପତର ପାର୍ଟନର ।
ଆଜ୍ଞା ହଁ, ଏହି ଅଭିନେତ୍ରୀ ଆଉ କେହି ନୁହେଁ ଏ ହେଲେ ଟାଇଗରଙ୍କ ‘ହିରୋପନ୍ତୀ’ ହିରୋଇନ କିର୍ତ୍ତୀ ସାନନ । ଜାରି ହୋଇଯାଇଛି ନୂଆ ମୋଶନ ପୋଷ୍ଟର । ଦମଦାର ଅନ୍ଦାଜରେ ବାଇକରେ ବସିଥିବାର ନଜର ଆସୁଛନ୍ତି କିର୍ତ୍ତୀ । ସେପଟେ ବ୍ୟାକଗ୍ରାଉଣ୍ଡରେ ଟାଇଗର କହୁଛନ୍ତି, ‘ଏଠାରୁ ଆମର ଲଭ ଷ୍ଟୋରି ଆରମ୍ଭ ହେଲା ।’ ଆପଣ ବି ଦେଖନ୍ତୁ ପୋଷ୍ଟର...
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ଏବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ମେକର୍ସ । ଆଉ 2022ରେ ଏହାକୁ ରିଲିଜ କରିବାକୁ ଯୋଜନା କରାଯାଇଛି ।