ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଟର୍ବନେଟର ହରଭଜନ ସିଂ ପରଦାରେ ଦେଖାଇବେ ନିଜ ଜଲୱା । ସେ ଖୁବଶୀଘ୍ର ଆଗାମୀ ଫିଲ୍ମ ‘ଫ୍ରେଣ୍ଡସିପ’ରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କ ଏହି ଡେବ୍ୟୁ ଫିଲ୍ମକୁ ନେଇ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଇତିମଧ୍ୟରେ ଫିଲ୍ମର ଜବରଦସ୍ତ ଟିଜର ରିଲିଜ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣ ବଢାଇଦେଇଛନ୍ତି ମେକର୍ସ । ଏବର୍ଷ ରିଲିଜ ହେବ ଫିଲ୍ମ ।
ଜନ ପଲ ରାଜ ଏବଂ ଶ୍ୟାମ ସୂର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ରିଲିଜ ହେବ । ହରଭଜନଙ୍କ ବ୍ୟତୀତ ଅର୍ଜୁନ, ଲୋସାଲିଆ ଏବଂ ସତୀଶ ମଧ୍ୟ ଫିଲ୍ମରେ ଦେଖାଯିବେ ।
ଟି-ସିରିଜ ଦ୍ବାରା ୟୁଟ୍ୟୁବରେ ସେୟାର ହୋଇଥିବା ଟିଜର ବିଷୟରେ ଯଦି କଥା ତେବେ ହରଭଜନ ଏଥିରେ ଜଣେ କଲେଜ ଛାତ୍ର ଭୂମିକାରେ ନଜର ଆସିଛନ୍ତି। ଟ୍ରେଲର ଅନୁଯାୟୀ ହରଭଜନଙ୍କ ଆକ୍ସନ ସିନ୍ସ ମଧ୍ୟ ଦେଖିବାକୁ ମିଳେ। ଆପଣ ବି ଦେଖନ୍ତୁ ଟିଜର...
- " class="align-text-top noRightClick twitterSection" data="">
ପ୍ରକାଶ ଥାଉକି ହରଭଜନ ଜଣେ ଷ୍ଟାର ଭାରତୀୟ କ୍ରିକେଟର । ଯିଏ 103ଟି ଟେଷ୍ଟରେ 417 ୱିକେଟ୍ ଏବଂ 236 ଟି ଦିନିକିଆରେ 269 ୱିକେଟ୍ ନେଇଥିଲେ। ସେ 2011 ବିଶ୍ବକପ ବିଜେତା ଭରତ ଟିମର ଏକ ଅଂଶ ଥିଲେ ।