ETV Bharat / sitara

URI@3: ଫିଲ୍ମ ପାଇଁ ସର୍ବଦା କୃତଜ୍ଞ ରହିବେ କହିଲେ ବିକି

author img

By

Published : Jan 11, 2022, 8:13 PM IST

ୱାର ଫିଲ୍ମ 'ଉରି ଦ ସର୍ଜିକାଲ ଷ୍ଟ୍ରାଇକ' ପୁରିଛି ୩ ବର୍ଷ । ଏହି ଫିଲ୍ମ ପାଇଁ ସର୍ବଦା କୃତଜ୍ଞ ରହିବେ କହିଲେ ଅଭିନେତା ବିକି କୌଶଲ । ଅଧିକ ପଢନ୍ତୁ

URI@3: ଫିଲ୍ମ ପାଇଁ ସର୍ବଦା କୃତଜ୍ଞ ରହିବେ କହିଲେ ବିକି
URI@3: ଫିଲ୍ମ ପାଇଁ ସର୍ବଦା କୃତଜ୍ଞ ରହିବେ କହିଲେ ବିକି

ମୁମ୍ବାଇ: ବଲିଉଡ଼ ଅଭିନେତା ବିକି କୌଶଲଙ୍କ ଫିଲ୍ମ 'ଉରି ଦ ସର୍ଜିକାଲ ଷ୍ଟ୍ରାଇକ' ପୁରିଛି ୩ ବର୍ଷ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବାବେଳେ ଭାରତୀୟଙ୍କ ହୃଦୟ ଜିତିଥିଲା । ଏହି ଫିଲ୍ମଟି ମଧ୍ୟ ବିକିଙ୍କ କ୍ୟାରିଅର ଉପରେ ଗଭୀର ପ୍ରଭାବ ପକାଇବା ସହିତ ତାଙ୍କ ଲୋକପ୍ରିୟତା ବଢାଇଥିଲା । ଏହି ଚମତ୍କାର ଫିଲ୍ମର ୩ ବର୍ଷ ପୂର୍ତ୍ତି ଅବସରରେ ଏହା ପାଇଁ ସେ ସର୍ବଦା କୃତଜ୍ଞ ରହିବେ ବୋଲି କହିଛନ୍ତି ଅଭିନେତା ।

ଉରି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ଜିତିବା ସମୟର ଦୃଶ୍ୟ

ଏହି ଅବସରରେ ବିକି ଉରି ଫିଲ୍ମର ସୁଟିଂ ସମୟର କିଛି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ସେ ସହ କଳାକାର ଓ ଅନ୍ୟ କ୍ରୁ ମେମ୍ବରଙ୍କ ସହିତ ମସ୍ତି କରୁଥିବା ନଜର ଆସିଛନ୍ତି । ଏଥିରେ ଅଭିନେତ୍ରୀ ୟାମି ଗୌତମ ମଧ୍ୟ ନଜର ଆସିଛନ୍ତି । ବିକି ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେମାନେ ଜାତୀୟ ପୁରସ୍କାର ସହିତ ନଜର ଆସିଛନ୍ତି । ଫିଲ୍ମର କ୍ୟାପସନରେ ବିକି ଲେଖିଛନ୍ତି ଯେ, 'Forever Grateful' ଅଥବା ସର୍ବଦା କୃତଜ୍ଞ ।

ଏହା ବି ପଢନ୍ତୁ: Happy Birthday Vamika: ୧ ବର୍ଷରେ ପାଦ ଥାପିଲା ବିରୁଷ୍କାଙ୍କ ରାଜକୁମାରୀ

ତେବେ ସୂଚନା ଥାଉ କି ଏହି ଫିଲ୍ମଟି ଭାରତୀୟ ସୈନ୍ୟବାହିନୀ ଦ୍ବାରା ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ବର୍ଣ୍ଣିତ । ଏହି ୱାର ଡ୍ରାମାରେ ଭାରତୀୟ ସୁରକ୍ଷା ବାହିନୀଙ୍କ କୌଶଳ ଓ ଚତୁରତା ଦର୍ଶାଯାଇଛି । ଏହି ଫିଲ୍ମରେ ପ୍ରମୁଖ କଳାକାର ଭାବେ ମୋହିତ ରୈନା, ପରେଶ ରାୱଲ ଓ କିର୍ତ୍ତି କୁଲହାରୀ ନଜର ଆସିଥିଲେ ।

ଉରି ଫିଲ୍ମ ୩ ବର୍ଷ ପୂର୍ତ୍ତି ଅବସରରେ ବିକିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.