ନୂଆଦିଲ୍ଲୀ: ଆସୁଛି ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲକ୍ଷ୍ମୀବମ୍’ । ଅକ୍ଷୟଙ୍କ ସହ କିଆରା ଆଡଭାନୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ତେବେ ଆଜି ଫିଲ୍ମର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ରିଲିଜ ହୋଇଛି । ଏହି ଗୀତରେ କିଆରା ମରଭୂମୀରେ ଖାଲି ପାଦରେ ଡ୍ୟାନ୍ସ କରିଥିବା ପ୍ରକାଶ କରିଛନ୍ତି ।
- " class="align-text-top noRightClick twitterSection" data="">
ସୁଟିଂ ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ କହିଛନ୍ତି ଯେ, ବୁର୍ଜ ଖଲିଫାର ସୁଟିଂ ଫିଲ୍ମ ନିର୍ମାଣର ସବୁଠାରୁ ମନୋରଞ୍ଜନ ଅଧ୍ୟାୟ ରହିଥିଲା । ସେ କହିଛନ୍ତି ଯେ, ଯଦି ବରଫ ଅଞ୍ଚଳରେ ସିଫନ୍ ଶାଢୀ ପିନ୍ଧିବା କଷ୍ଟକର ତେବେ ମରୁଭୂମୀରେ ଖୋଲା ପାଦରେ ନାଚିବା ଆହୁରି କଷ୍ଟକର । ନିକଟରେ ‘ଲକ୍ଷ୍ମୀବମ୍’ ଟ୍ରେଲର୍ ରିଲିଜ ହୋଇଛି । ରାଘବ ଲରେନ୍ସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ