ETV Bharat / sitara

19ର ହେଡଲାଇନ ସାଜିଥିଲା ଏହି ଚର୍ଚ୍ଚିତ ଖବର - 2019ର ବଡ ବଲିଉଡ ଖବର

ଅଲବିଦା 2019, ୱେଲକମ 2020 । ତେବେ 2019କୁ ବିଦାୟ କହିବା ସହ ଚାଲନ୍ତୁ ନଜର ପକାଇବା କିଛି ଖାସ ଚର୍ଚ୍ଚିତ ଖବର ଉପରେ...

bollywood news, flashback headlines
ଚଳିତ ବର୍ଷ ହେଡଲାଇନ ସାଜିଥିଲା ଏହି ଚର୍ଚ୍ଚିତ ଖବର
author img

By

Published : Dec 31, 2019, 7:16 PM IST

ଅଲବିଦା 2019, ୱେଲକମ 2020 । ଏବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ଅନେକ ଜୋରଦାର ଖବର । ଯାହାକୁ ନେଇ ସବୁଆଡେ ଖାଲି ଚର୍ଚ୍ଚା ହିଁ ଚର୍ଚ୍ଚା । ତେବେ 2019କୁ ବିଦାୟ କହିବା ସହ ଚାଲନ୍ତୁ ନଜର ପକାଇବା କିଛି ଖାସ ଚର୍ଚ୍ଚିତ ଖବର ଉପରେ...

ଚଳିତ ବର୍ଷ ହେଡଲାଇନ ସାଜିଥିଲା ଏହି ଚର୍ଚ୍ଚିତ ଖବର
ଦଙ୍ଗଲ ଗାର୍ଲ ଜାଏରା ୱାସୀମ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା କଥା ଘୋଷଣା କଥା ସମସ୍ତଙ୍କୁ ଦେଇଥିଲା ଶକ୍ତ ଧକ୍କା । ଆଉ ଆଶ୍ଚର୍ଯ୍ୟକର କଥା ହେଲା ବଲିଉଡ ଛାଡିବା ପଛରେ ସେ ତାଙ୍କ ଧର୍ମକୁ ଦୋଷ ଦେଇଥିଲେ ।ଫିଲ୍ମମେକର କରନ ଜୋହରଙ୍କ ଘରେ ହୋଇଥିବା ପାର୍ଟିକୁ ନେଇ ସିରମଣି ଅକାଳି ଦଳ ବିଧାୟକ ମଞ୍ଜେଦର ସିଂ ସିରଶା ଏହାକୁ ଡ୍ରଗ୍ସ ପାର୍ଟି କହିଥିଲେ । ଖାଲି ସେତିକି ନୁହେଁ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା କିନ୍ତୁ ପରେ ଏହାକୁ ସମସ୍ତ ଷ୍ଟାର ମିଥ୍ୟା କହି ଖଣ୍ଡନ କରିଥିଲେ ।ପିଏମ ମୋଦିଙ୍କୁ ନେଇ ବିବେକ ଓବରୟଙ୍କ ଅଭିନୀତ ଫିଲ୍ମକୁ ନେଇ ଚାଲିଥିଲା ଖୁବ ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମ ବିରୋଧରେ ବିପକ୍ଷ ଦଳ ଅଭିଯୋଗ ଆଣି ଫିଲ୍ମ ରିଲିଜ ଉପରେ ରୋକ ଲଗାଇଥିଲେ ।ଚଳିତ ବର୍ଷର ଲୋକସଭା ନିର୍ବାଚନ ସମୟରେ ବିବେକ, ଐଶ୍ଚର୍ଯ୍ୟାଙ୍କ ଜୀବନକୁ ଏକଜିଟ ପୋଲ ସହ ତୁଳନା କରି ବିବାଦୀୟ ପୋଷ୍ଟ ପାଇଁ ଆଲୋଚନାର ଶିକାର ହୋଇଥିଲେ । ଏହି ମାମଲା ମହିଳା ଆୟୋଗ ପର୍ଯ୍ୟନ୍ତ ବି ପହଞ୍ଚିଥିଲା ।ସଲମାନ ଖାନ ଓ ସଞ୍ଜୟୀ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇନଶାଲ୍ହା’ ହେଡଲାଇନରେ ରହିଥିଲା । ଫିଲ୍ମ ନିର୍ମାଣ ହେବାଠୁ ନେଇ କ୍ୟାନ୍ସେଲ ପର୍ଯ୍ୟନ୍ତ ଭଂସାଲୀ ଓ ସଲମାନଙ୍କ ଯୁକ୍ତିତର୍କର ଚର୍ଚ୍ଚା ଜୋର ଧରିଥିଲା ।ଶାହିଦ କପୁର ଷ୍ଟାରର ‘କବୀର ସିଂ’ ପୁରା ବର୍ଷ ଚର୍ଚ୍ଚାରେ ରହିଆସିଛି । ଫିଲ୍ମରେ ଝିଅ ସହ ବୟଫ୍ରେଣ୍ଡର ମାରପିଟ ଦୃଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ଦର୍ଶକ । ସେଥିପାଇଁ ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ଖୁବ ସମାଲୋଚନାର ବି ଶୀକାର ହୋଇଥିଲେ ।ଗାୟକ ମିକା ସିଂଙ୍କ ଉପରେ ବ୍ୟାନ ମଧ୍ୟ ଚଳିତ ବର୍ଷର ବଡ ହେଡଲାଇନ ଥିଲା । ମିକା ପାକିସ୍ତାନରେ ପରଫର୍ମ କରିବାକୁ ଆଧାର କରି ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ତାଙ୍କୁ ବୟକଟ କରିଦେଇଥିଲା ।ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସୁସ୍ଥତା ମଧ୍ୟ ଏବର୍ଷ ଚର୍ଚ୍ଚାର ବିଷୟ ପାଲଟିଥିଲା । ତାଙ୍କ ଅସୁସ୍ଥତାକୁ ନେଇ ଖୁବ୍ ଚିନ୍ତିତ ନଜର ଆସିଥିଲେ ପ୍ରଶଂସକ ।ଏବର୍ଷର ଦୁଇଟି ଫିଲ୍ମ ‘ବାଲା’ ଓ ‘ଉଜଡା ଚମନ’ ମଧ୍ୟରେ ବିବାଦ ହେଡଲାଇନରେ ଥିଲା । ‘ଉଜଡା ଚମନ’ର ନିର୍ଦ୍ଦେଶକ ‘ବାଲା’ ମେକର୍ସଙ୍କ ଉପରେ କପି ରାଇଟର ଅଭିଯୋଗ ଆଣିଥିଲେ । ଏହାବ୍ୟତୀତ ଫିଲ୍ମ ରିଲିଜ ଡେଟକୁ ନେଇ ମଧ୍ୟ ଖୁବ୍ ସମସ୍ୟା ସୃଷ୍ଟି ହୋଇଥିଲା ।ରଣବୀର ଓ ଆଲିୟା ଷ୍ଟାରର ‘ଗଲି ବୟ’କୁ ଓସ୍କାର ଆୱାର୍ଡ ପାଇଁ ପଠାଯାଇଥିଲା । ହେଲେ ପରେ ଟପ 10ରୁ ବାଦ ପଡିଥିଲା ଫିଲ୍ମ ।ଏବର୍ଷ ସୋସିଆଲ ମିଡିଆ ସେନସେସନ ରାନୁ ମଣ୍ଡଳଙ୍କୁ ନେଇ ଚର୍ଚ୍ଚା ଜୋରଦାର । ପ୍ରଥମେ ବାଃ.. ବାଃ ଆଉ ପରେ ଛି..ଛି । ସବୁକିଛି ଦେଖିଛନ୍ତି ରାନୁ ମଣ୍ଡଳ । ହିମେଶଙ୍କ ସହ ରାନୁଙ୍କ ଗୀତ ଗାଇବା, ପ୍ରଶଂସକଙ୍କ ସହ ରାନୁଙ୍କ ର୍ଦୁବ୍ୟବହାର, ସୋସିଆଲ ମିଡିଆରେ ତାଙ୍କ ଗୀତକୁ କଦର୍ଥ ଆଉ ଫ୍ୟାଶନ ଶୋରେ ରାନୁଙ୍କ ମେକଅପକୁ ନେଇ ଖୁବ ସମାଲୋଚନାର ଶୀକାର ହୋଇଥିଲେ ରାନୁ । ନାଗରିକତା ସଂଶୋଧନ ଆଇନ ବିରୋଧରେ ଜନସାଧାରଣଙ୍କ ସହ ଅନେକ ସେଲିବ୍ରିଟି ବିରୋଧ ପ୍ରଦର୍ଶନ କରିଥିଲେ । ଫରହାନ ଅଖତର, ସ୍ବରା ଭାସ୍କର, ହୁମା ଖୁରୈସୀ, ଅନୁରାଗ କଶ୍ୟକ ଭଳି ଅନେକ ସେଲିବ୍ରିଟି ମୁମ୍ବାଇରେ ଚାଲିଥିବା ବିରୋଧ ପ୍ରଦର୍ଶନରେ ଭାଗ ନେଇଥିଲେ ।ଇଟିଭି ଭାରତ, ସିତାରା ରିପୋର୍ଟ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.