ETV Bharat / sitara

ବରୁଣଙ୍କ ଫାଷ୍ଟକ୍ଲାସ ଅନ୍ଦାଜ, ଦେଖନ୍ତୁ ଭିଡିଓ

ରିଲିଜ ହେଲା ବହୁ ଚର୍ଚ୍ଚିତ ଫିଲ୍ମ 'କଲଙ୍କ'ର ଦ୍ବିତୀୟ ଗୀତ ଫାଷ୍ଟ କ୍ଲାସ । ଯେଉଁଥିରେ ଜବରଦସ୍ତ ଡାନ୍ସ କରୁଛନ୍ତି ଅଭିନେତା ବରୁଣ ଧୱନ ।

author img

By

Published : Mar 24, 2019, 2:09 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ବଢି ଚାଲିଛି ଦର୍ଶକଙ୍କ କ୍ରେଜ । ଫିଲ୍ମର ଟିଜର ରିଲିଜ ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଫିଲ୍ମ । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଥିଲା । ଯେଉଁଥିରେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଓ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଠୁମକା ଲଗାଇଥିବା ନଜର ଆସିଥିଲେ।

ଏବେ ରିଲିଜ ହୋଇଛି ଫିଲ୍ମର ଦ୍ବିତୀୟ ଗୀତ 'ଫାଷ୍ଟ କ୍ଲାସ' । ଗୀତରେ ଅଭିନେତା ବରୁଣ ଧୱନଙ୍କ ଶାନଦାର ଡାନ୍ସ ଦେଖିବାକୁ ମିଳିଛି ।

ଏହି ଅବସରରେ ବରୁଣ ଇନଷ୍ଟାଗ୍ରାମରେ ଗୀତର ଫଟୋ ସେୟାର କରିଛନ୍ତି । 'ଫାଷ୍ଟକ୍ଲାସ'ର କୋରିଓଗ୍ରାଫି କରିଛନ୍ତି ପପୁଲାର କୋରିଓଗ୍ରାଫର ରେମୋ ଡିସୁଜା । ବରୁଣଙ୍କ ସହ ଅଭିନେତ୍ରୀ କିୟାରା ଆଡୱାନୀ ମଧ୍ୟ ଠୁମକା ଲଗାଇଥିବାର ଦେଖାଯାଇଛନ୍ତି ।

ଗୀତଟିକୁ ପ୍ରୀତମ କମ୍ପୋଜ କରିଥିବା ବେଳେ ଗାଇଛନ୍ତି ଅରଜିତ୍ ସିଂହ । ଅନ୍ୟପଟେ ଆଲିୟା ମଧ୍ୟ ନିଜ ଟ୍ବିଟରରେ ଗୀତଟିକୁ ସେୟାର କରିଛନ୍ତି ।

ଗୀତରେ ପ୍ରଥମେ ଆଲିୟା ବିବାହ ମଣ୍ଡପରେ ଲୁହ ଆଖିରେ ବସୁଥିବାର ନଜର ଆସୁଛନ୍ତି । ତାଙ୍କ ପାଖରେ ଅଭିନେତା ଆଦିତ୍ୟ ରାୟ କପୁର ବିବାହ କରିବା ପାଇଁ ବସିଛନ୍ତି । ଠିକ୍ ଏତିକି ବେଳେ ହଠାତ୍ ବରୁଣଙ୍କ ଏଣ୍ଟ୍ରି ହେଉଛି। ବରୁଣଙ୍କ ଡାନ୍ସ ମଝିରେ କିୟାରା ନଜର ଆସୁଛନ୍ତି ।

ପ୍ରକାଶ ଥାଉ କି ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ। ଫିଲ୍ମରେ 1940ର କାହାଣୀ ଦେଖିବାକୁ ମିଳିବ । ଏପ୍ରିଲ 17ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.