ହାଇଦ୍ରାବାଦ: ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ କୁଲି ନମ୍ବର-1ର ସୁଟିଂ ସେଟରେ ନିଆ ଲାଗି କୋଟି କୋଟି ସମ୍ପତ୍ତି ନଷ୍ଟ ହୋଇଯାଇଛି । ସେଟର ଗୋଟିଏ ଭାଗ ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଲାଇଟ୍ ସାମଗ୍ରୀ ନଷ୍ଟ ହୋଇଯାଇଛି ।
ଦମକଳ ବାହିନୀର ପ୍ରାୟ 3ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ କରାଯାଇପାରିଛି । ତେବେ ପ୍ରାୟ 2.5 କୋଟିର କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ଫିଲ୍ମର ଇନସୁରାନ୍ସ ହୋଇଥିବାର ଇନସୁରାନ୍ସ ଟଙ୍କା ପାଇଁ ଆବେଦନ କରାଯାଇଛି । ତେବେ ଏଯାଏଁ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଏହି ଫିଲ୍ମ ଗୋବିନ୍ଦାଙ୍କୁ କୁଲି ନମ୍ବର-1ର ରିମେକ ।