ମୁମ୍ବାଇ: ନିକଟରେ ମବ ଲିଚିଂ(ଭିଡ ହତ୍ୟା) ବିରୋଧରେ ବଲିଉଡ ଏବଂ ଅନ୍ୟ ଇଣ୍ଡଷ୍ଟ୍ରିର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠି ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି । ଗୁରୁବାର ସେହି 49 ସେଲିବ୍ରିଟିଜଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଯେଉଁଥିରେ ରାମଚନ୍ଦ୍ର ଗୁହା, ମଣିରତ୍ନମ, ଅନୁରାଗ କଶ୍ୟପ ଓ ଅପର୍ଣ୍ଣା ସେନ ଭଳି ସେଲିବ୍ରିଟିଙ୍କ ନାମ ସାମିଲ ଅଛି । ଏହି ସେଲିବ୍ରିଟି ଭିଡ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।
ଅଧିବକ୍ତା ସୁଧୀର କୁମାର ଓଝାଙ୍କ ଦ୍ବାରା ଫାଇଲ କରାଯାଇଥିବା କେସ ଉପରେ ଶୁଣାଣି କରି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ତିୱାରୀ କେସର ଶୁଣାଣିରେ ଏହି ନିଷ୍ପତ୍ତି ନେଇଛନ୍ତି । ଯାହାପରେ ଏଫଆଇଆର ଫାଇଲ କରାଯାଇଛି।
ସେପଟେ ସୁଧୀର କହିଛନ୍ତି ଯେ ଚିଫ ଜ୍ୟୁଡିସିୟସ ମାଜିଷ୍ଟ୍ରେଟ ଅଗଷ୍ଟ 20ରେ ଏହି ଅର୍ଡର ପାସ କରିଥିଲେ । ତାଙ୍କ ପିଟିସନକୁ ସ୍ବୀକାର କରାଯାଇଥିଲା । ଯାହାର ରସିଦ ଦେଇ ଶୁକ୍ରବାର ସଦର ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି।
ପାଖାପାଖି 49 ଜଣ ଦସ୍ତଖତ କରିଥିବା ସେଲିବ୍ରିଟିଙ୍କ ନାମରେ ପିଟିସନ ଦାଖଲ କରିଥିଲେ । ଏହି ପିଟିସନରେ ଦେଶର ଛବି ଖରାପ କରିବା ଏବଂ ପିଏମ ମୋଦିଙ୍କ କାର୍ଯ୍ୟରେ ଦୋଷ ଲଗାଇଥିଲେ ବୋଲି କହିଛନ୍ତି ସୁଧୀର। ଅନ୍ୟପଟେ ପୋଲିସ ଅନୁଯାୟୀ ଏହି ଏଫଆଇଆର ଭାରତୀୟ ପେନାଲ କୋଡ ସେକସନ୍ସ ଅନୁଯାୟୀ ରୁଜୁ କରାଯାଇଛି । ଯେଉଁଥିରେ ଦେଶଦ୍ରୋହ, ସାର୍ବଜନିକ ଉପଦ୍ରବ, ଧାର୍ମିକ ଭାବନାକୁ ଆହତ କରିବା ଏବଂ ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଅପମାନ କରିବା ସାମିଲ ଅଛି।