ETV Bharat / sitara

Pornography Case; କୁନ୍ଦ୍ରାଙ୍କ ୪ ପ୍ରଯୋଜକଙ୍କ ନାଁରେ ମାମଲା

author img

By

Published : Jul 28, 2021, 10:31 AM IST

ଜଣେ ମଡେଲଙ୍କ ଅଭିଯୋଗ ଆଧାରରେ ପୋଲିସ ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ 4 ଜଣ ପ୍ରଯୋଜକଙ୍କ ନାଁରେ ଏତଲା ଦାୟର କରିଛି । ଅଧିକ ପଢନ୍ତୁ...

pornography case; କୁନ୍ଦ୍ରାଙ୍କ ୪ ପ୍ରଯୋଜକଙ୍କ ନାଁରେ ମାମଲା

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ପୋଲିସ 4 ଜଣ ପ୍ରଯୋଜକଙ୍କ ନାଁରେ ଏତଲା ଦାୟର କରିଛି । ଯେଉଁଥିରେ ଅଭିନେତ୍ରୀ ଗେହନା ବଶିଷ୍ଟ ନାଁ ମଧ୍ୟ ସାମିଲ ଅଛି । ଜଣେ ମଡେଲଙ୍କ ଅଭିଯୋଗ ଆଧାରରେ ପୋଲିସ ଏମାନଙ୍କ ବିରୋଧରେ ଏତଲା ରୁଜୁ କରିଛି ।

ମଡେଲର ଜଣକ ଅଭିଯୋଗ କରିଛନ୍ତି, ଅଶ୍ଲୀଳ ଭିଡିଓ ପ୍ରସ୍ତୁତିରେ ତାଙ୍କୁ ଜୋରଜବରଦସ୍ତି କରାଯାଉଥିଲା । ସୂଚନା ଥାଉକି, ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ଗତ 19ରେ ରାଜ କୁନ୍ଦ୍ରାଙ୍କ ସମେତ 11ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ପୋଲିସ ଧାରା 420, 34, 292, 293 ଭଳି ସଙ୍ଗୀନ ଦଫା ଲଗାଇଥିଲା ।

ତେବେ କ୍ରାଇମବ୍ରାଞ୍ଚ ମାମଲାରେ ଆର୍ଥିକ ହେରଫେର ଦିଗକୁ ମଧ୍ୟ ଯାଞ୍ଚ କରୁଛି । କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ସୁଟ୍‌ କରି କୋଟିକୋଟି ଟଙ୍କା ରୋଜଗାର କରିଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଏହି ଟଙ୍କାକୁ ସେ କ୍ରିକେଟ ବେଟିଙ୍ଗ୍‌ ଓ କ୍ରିପଟୋକରେନ୍ସିରେ ଲଗାଇଥିବା କୁହାଯାଉଛି ।

ପ୍ରକାଶ ଥାଉ କି, ୧୯ ଜୁଲାଇରେ କୁନ୍ଦ୍ରାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଅଶ୍ଲୀଳ ଫିଲ୍ମ ନିର୍ମାଣ ନେଇ ଗତ ଫେବୃଆରୀରେ ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ତଦନ୍ତ ଚଳାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.