ନୂଆଦିଲ୍ଲୀ: ଦିଲ୍ଲୀର ବିକାଶପୁରୀ ପୋଲିସ ଷ୍ଟେସନରେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏବଂ ତାଙ୍କ ଭାଇ ରାକେଶ ସାୱନ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ପଞ୍ଜିକୃତ ହୋଇଛି । ପୋଲିସର ସୂଚନାନୁସାରେ, ଏକ ଚଳଚ୍ଚିତ୍ର ନିର୍ମାଣ ଏବଂ ଏକ ଡ୍ୟାନ୍ସ ଇନଷ୍ଟିଚ୍ୟୁଡ ଖୋଲିବା ନାମରେ ରାକ୍ଷୀଙ୍କ ଭାଇ ଶୌଲେଶ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତିଙ୍କଠାରୁ 6 ଲକ୍ଷ ଟଙ୍କା ନେଇଥିଲେ ।
ଏହି ଚଳଚ୍ଚିତ୍ରଟି ଗୁରୁମିତ ରାମ ରହୀମଙ୍କ ଉପରେ ନିର୍ମିତ ହେବାର ଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ରାକ୍ଷୀ ଏହି ଡ୍ୟାନ୍ସ ଇନଷ୍ଟିଚ୍ୟୁଡର ଉଦଘାଟନ କରିବେ । କିନ୍ତୁ ଫିଲ୍ମ ତିଆରି ହୋଇନାହିଁ କିମ୍ବା ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍ ଖୋଲାଯାଇ ନାହିଁ ।
ପୋଲିସର ସୂଚନାନୁସାରେ, ମାମଲା 2017 ମସିହାରୁ ହୋଇଛି । ଅଭିଯୋଗକାରୀ ରାକେଶଙ୍କୁ 2 କିସ୍ତିରେ 6 ଲକ୍ଷ ଟଙ୍କା ଦେଇଥିଲେ। ଯେଉଁଥିରେ ରାକେଶ ଡିସେମ୍ବର 2017 ରେ 7 ଲକ୍ଷ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଟଙ୍କା ଫେରସ୍ତ କରାଯାଇ ନାହିଁ ।
କୋର୍ଟଙ୍କ ନିର୍ଦ୍ଦେଶ ପରେ 22 ଫେବୃଆରୀରେ ଆଇପିସି 420/120 b/ 34 ଠକେଇ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।