ମୁମ୍ବାଇ: ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପଳ ବର୍ମା ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ନିକଟରେ ଦେଇଥିବା ତାଙ୍କର ଏକ ସାକ୍ଷାତକାରକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା। ଯେଉଁଥିରେ ସେ ବଲିଉଡର ଫେମସ ନିର୍ମାତା କରନ ଜୋହରଙ୍କ ସହ ଥିବା ନିଜ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ।
‘ମତେ କରନଙ୍କ ସହ କିମ୍ବା ବଲିଉଡର ଅନ୍ୟ କୌଣସି ସଦସ୍ୟଙ୍କ ସହିତ କିଛି ସମସ୍ୟା ନାହିଁ । ମୁଁ କେବେ କାହାରିକୁ ନିଜର ପ୍ରେମ କିମ୍ବା ଘୃଣାଭାବ ଦେଖାଏ ନାହିଁ । ଯେତେବେଳେ କରନ ଭୂତ ରିଟର୍ନ୍ସ ନିର୍ମାଣ କରିଥିଲେ ମତେ ସେହି ସମୟରେ ଟାଇଟଲର ଡିମାଣ୍ଡ କରିଥିଲେ । ଯାହାପରେ ମୁଁ ତାଙ୍କୁ ଟାଇଟେଲ ଦେଇଥିଲି ଆଉ ସେ ମଧ୍ୟ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଥିଲେ । ଏଥିପାଇଁ ଇଣ୍ଡଷ୍ଟ୍ରିରେ କାହା ସହ ମୋର କୌଣସି ସମସ୍ୟା ନାହିଁ ।’
ପ୍ରକାଶ ଥାଉକି କରନ ଓ ରାମ ଗୋପାଳ ପ୍ରାୟତଃ ପରସ୍ପରକୁ ଟାର୍ଗେଟ କରୁଥିବାର ନଜର ଆସନ୍ତି । 2013ରେ ରାମ ଏକ ମଜାଦାର ଟ୍ବିଟ କରି କରନଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’କୁ ଫାଲତୁ କହିଥିଲେ । ଯାହାପରଠୁ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।