ମୁମ୍ବାଇ: ବିଶିଷ୍ଟ ନିର୍ମାତା ନିଜ ହିଟ୍ ଫିଲ୍ମ ପାଇଁ ଆଜି ଫେମସ। ସେ ନିଜ ଫିଲ୍ମରେ ରୋମାନ୍ସ, ମସଲାର ତଡକା ଲଗାଇ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥାଆନ୍ତି । ଏହାସହ ସେ ବଲିଉଡର ସବୁ ସୁପରଷ୍ଟାର୍ସଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେଇସାରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି, ଶାହରୁଖ ଖାନ, ସଲମାନ ଖାନ, ଅନିଲ କପୁର, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ମାଧୁରୀ ଦୀକ୍ଷିତ ଭଳି କଳାକାର। ସେ 2014ରେ ‘କାଞ୍ଚି’ ଫିଲ୍ମ ନିର୍ମାଣ କରିଥିଲେ। ଯେଉଁଥିରେ ଆଜିର କ୍ୟୁଟ ଅଭନେତା କାର୍ତ୍ତିକ ଆର୍ୟନ ଥିଲେ। ଇତିମଧ୍ୟରେ ଫିଲ୍ମକୁ ନେଇ ସୁଭାଷ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।
2015ରେ ନିଜ ଜନ୍ମଦିନ ପାର୍ଟିର ଏକ ପୁରୁଣା ଫଟୋ ସୁଭାଷ ଟ୍ବିଟରରେ ସେୟାର କରିଛନ୍ତି । ଫଟୋରେ ଆମୀର ଖାନ, ସଲମାନ ଖାନ ଓ କାର୍ତ୍ତିକ ନଜର ଆସୁଛନ୍ତି । ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘2015ରେ ମୋ ଜନ୍ମଦିନ ପାର୍ଟିରେ କାର୍ତ୍ତିକଙ୍କ ଆଖିରେ ମୁଁ ଦେଖିଥିଲି ଆମୀର, ସଲମାନଙ୍କ ଭଳି ସୁପରଷ୍ଟାର ହେବାର ସ୍ବପ୍ନ। ସେ ମୋ ପୂର୍ବ ଫିଲ୍ମ କାଞ୍ଚିରେ ଅଭିନୟ କରିଥିଲେ। ଆଜି ମୁଁ ବହୁତ ଖୁସି ଅଛି ଯେ କାର୍ତ୍ତିକ ଦେଖିଥିବା ସ୍ବପ୍ନ ସତ ହୋଇଛି । ସେ ଆଜି ବଲିଉଡର ସଫଳ ହିରୋ।’
ଯଦି କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତେବେ ଦର୍ଶକ ଖୁବଶୀଘ୍ର ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ଯାଉଛନ୍ତି। ସେ ‘ଭୁଲ ଭୁଲୈୟା-2’, ‘ଦୋସ୍ତାନା-2’ର ନେଇ ପରଦାକୁ ଫେରିବେ। ଏହାବ୍ୟତୀତ ବର୍ତ୍ତମାନ ସେ ନିଜ ଅନଲାଇନ ଶୋ କୋକି ପୁଛେଗାରେ କୋରୋନା ଭାଇରସ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି।