ମୁମ୍ବାଇ: ବଲିଉଡର ଫେମସ ନିର୍ମାତା କରନ ଜୋହର ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କେବେ ନିଜ ବୟାନକୁ ନେଇ ତ କେବେ ନିଜ ଫିଲ୍ମକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟନ୍ତି । ଇତିମଧ୍ୟରେ ତାଙ୍କ କଣ୍ଟ୍ରୋଭର୍ସିଆଲ ଶୋ ‘କଫି ୱିଥ୍ କରନ’କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । କାରଣ ଖୁବଶୀଘ୍ର କରନ ପୁଣିଥରେ ସେଲିବ୍ରିଟିଙ୍କୁ ପଚାରିବେ ପ୍ରଶ୍ନ ।
ଆଜ୍ଞା ହଁ, ଟେଲିକାଷ୍ଟ ହେବାକୁ ଯାଉଛି ଶୋ । ନିକଟରେ କରନ ଇନଷ୍ଟାଗ୍ରାମରେ ଏହାର ହିଣ୍ଟ ଦେଇଥିଲେ । ସେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳୁଛି କଫି କପ୍ରେ ତାଙ୍କ ଚେହେରା ।
ତାଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରଠୁ ଅନୁମାନ କରାଯାଉଛି ଯେ ସେ ଖୁବଶୀଘ୍ର ଏହି ଶୋର ନୂଆ ସିଜନ ନେଇ ଫେରିବେ । ପ୍ରକାଶ ଥାଉକି ସବୁ ସିଜନ ସହ କରନଙ୍କ ଏହି ଶୋ ଚର୍ଚ୍ଚାରେ ଆସେ । ଅନେକ ଥର ବିବାଦରେ ମଧ୍ୟ ଆସିସାରିଛି ଶୋ । ଅନ୍ୟପଟେ ଏହି ଶୋରେ ବଡ ବଡ ସେଲିବ୍ରିଟିଙ୍କ ଦ୍ବାରା ଅନେକ ବଡ କଥାର ଖୁଲାସା ହୋଇସାରିଛି ।