ETV Bharat / sitara

ମେଲବର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ ଶେଷ ଫିଲ୍ମ ରୂପେ ‘ମୋଥନ’ର ସ୍କ୍ରିନିଂ - 2020 ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବର୍ଣ୍ଣ ନ୍ୟୁଜ

‘ନଟଖଟ’ ଓ ‘ହାବାଡି’ ଫିଲ୍ମ ଆଇଏଫଏଫଏମେ ଓପିନିଂ ଫିଲ୍ମ ରୂପେ ସ୍କ୍ରିନିଂ ହୋଇଥିଲା । ଆଉ ଏହାର କ୍ଲୋଜିଂ ଫିଲ୍ମ ରୂପେ ‘ମୋଥନ’କୁ ଚୟନ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 30, 2020, 2:20 PM IST

ମେଲବର୍ଣ୍ଣ:ଫିଲ୍ମ ନିର୍ମାତା ଗୀତୁ ମୋହନଦାସଙ୍କ କ୍ରାଇମ ଫିଚର ଫିଲ୍ମ ‘ମୋଥନ’କୁ ନେଇ ଗୁଡନ୍ୟୁଜ । ଏବର୍ଷ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବର୍ଣ୍ଣ(ଆଇଏଫଏଫଏମ)ରେ ଶେଷ ଫିଲ୍ମ ରୂପେ ପ୍ରଦର୍ଶନ ହେବାକୁ ଯାଉଛି । ଗତ 23ରେ ବିଦ୍ୟା ବାଲନଙ୍କ ଫିଲ୍ମ ‘ନଟଖଟ’ ଓ ‘ହାବାଡି’ ସ୍କ୍ରିନିଂ ସହିତ ଏହି ଫେଷ୍ଟିଭାଲ ଆରମ୍ଭ ହୋଇଥିଲା।

କୋରୋନା ମହାମାରୀ ହେତୁ ଚଳିତ ବର୍ଷ ଅନଲାଇନରେ ଆୟୋଜିତ ହେଉଥିବା ଏହି ଉତ୍ସବରେ ଆଠ ଦିନ ମଧ୍ୟରେ 17ଟି ଭାଷାରେ 60 ଫିଲ୍ମ ପ୍ରଦର୍ଶିତ ହେବ । ଆଉ ଗୋଟିଏ କ୍ଲୋଜିଂ ସେରେମୋନି ଆୟୋଜନ ହେବାକୁ ଯାଉଛି ।

ପ୍ରକାଶ ଥାଉକି ‘ମୋଥନ’ ଫିଲ୍ମରେ ମଲୟାଲମ ଅଭିନେତା ନିଭିନ ପାଓଲି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଶଶାଙ୍କ ଅରୋରା, ସୋବିତା ଦୁଲିପାଲା ଓ ରୋଶନ ମାଥ୍ୟୁଙ୍କ ଦମଦାର ଅଭିନୟ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ଜଣେ 14 ବର୍ଷିୟା ଯୁବକଙ୍କ କାହାଣୀ, ଯିଏ ନିଜ ବଡ ଭାଇକୁ ଖୋଜିବା ପାଇଁ ଲକ୍ଷଦ୍ବୀପରୁ ମୁମ୍ବାଇ ଯାତ୍ରା କରୁଛନ୍ତି । ହେଲେ ମୁମ୍ବାଇ ଆସି ସେ ସମସ୍ୟା ଘେରରେ ଫସିଯାଉଛନ୍ତି ।

ପ୍ରକାଶ ଥାଉକି ଫିଲ୍ମର କାହାଣୀ ସହ-ନିର୍ମାତା ରୂପେ କାମ କରିବା ସହ ଅନୁରାପ ଫିଲ୍ମର ହିନ୍ଦୀ ଡାଇଲଗ ମଧ୍ୟ ଲେଖିଛନ୍ତି । ଏହି କ୍ରାଇମ ଥ୍ରିଲର ଫିଲ୍ମର ପ୍ରିମିୟର 2019 ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହୋଇଥିବା ବେଳେ 21ତମ ଜିଓ ମାମି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଏହାର ସ୍କ୍ରିନିଂ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.