ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ 'ଥଲାଇଭି' ଘୋଷଣା ହେବା ଦିନଠାରୁ ଚର୍ଚ୍ଚାରେ ରହିଆସିଛି । ଏବେ ନିର୍ମାତାମାନେ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି । ଏହି ଚଳଚ୍ଚିତ୍ରର ଟ୍ରେଲର ମାର୍ଚ୍ଚ 23 ରେ କଙ୍ଗନାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ ।
'ଥଲାଇଭି' ଜୟଲଳିତାଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର । ଯେଉଁଥିରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।
- " class="align-text-top noRightClick twitterSection" data="">
ନିର୍ଦ୍ଦେଶକ ବିଜୟ ଏବଂ ଚଳଚ୍ଚିତ୍ରର ସମସ୍ତ ଷ୍ଟାର ଏହି ପ୍ରୋଜେକ୍ଟ ପାଇଁ ବହୁ କଠିନ ପରିଶ୍ରମ କରିଛନ୍ତି ।
ଚଳଚ୍ଚିତ୍ର 'ଥଲାଇଭି' ପାଇଁ କଙ୍ଗନା ତାମିଲ ଭାଷା ଶିଖିଛନ୍ତି।
ପ୍ରକାଶ ଥାଉ ଯେ, ନିକଟରେ ଚଳଚ୍ଚିତ୍ର ନିର୍ମାତାମାନେ 23 ଏପ୍ରିଲ 2021 ରେ ପ୍ରେକ୍ଷାଳୟରେ 'ଥଲାଇଭି' ରିଲିଜ କରିବାକୁ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ କଙ୍ଗନାଙ୍କୁ 'ଧାକଡ', 'ତେଜସ୍' ଭଳି ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିବ ।