ETV Bharat / sitara

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଣ୍ଡ ଆୱାର୍ଡ୍ସ ମକାଓ'ର ଆମ୍ବାସଡର ସାଜିଲେ କରନ

ଡିସେମ୍ବର 5ରୁ 10ରେ ଆୟୋଜନ ହେବ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଣ୍ଡ ଆୱାର୍ଡ୍ସ ମକାଓର ଚତୁର୍ଥ ସଂସ୍କରଣ । ଆଉ ଏବର୍ଷ ଏହାର ବ୍ରାଣ୍ଡ ଆମ୍ବାସଡର ରୂପେ ଚନୟ ହୋଇଛନ୍ତି ଫେମସ ନିର୍ମାତା କରନ ଜୋହର ।

karan johar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
author img

By

Published : Nov 29, 2019, 8:40 PM IST

ମୁମ୍ବାଇ: ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଣ୍ଡ ଆୱାର୍ଡ୍ସ ମକାଓର ଚତୁର୍ଥ ସଂସ୍କରଣର ଆୟୋଜନ ଆସନ୍ତା ମାସ 5ରୁ 10 ତାରିଖ ମଧ୍ୟରେ ମକାଓରେ ଆୟୋଜନ ହେବ । ଏବେ ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, କରନଙ୍କୁ ଚୀନ ଫିଲ୍ମ ନିର୍ମାତା ୱାଙ୍ଗା ଶିୟାଓଶୁଇ ଓ ଦକ୍ଷିଣ କୋରିଆଇ ନିର୍ଦ୍ଦେଶକ କିମ ୟୋଙ୍ଗ ହ୍ବାଙ୍କ ସହ ଏହି ଫେଷ୍ଟିଭାଲର ବ୍ରାଣ୍ଡ ଆମ୍ବାସଡର ରୂପେ ନିଯୁକ୍ତ କରାଯାଇଛି । ଆଇଏଫଏଫଏଏମ ଆୟୋଜନ ସମିତି ଦ୍ବାରା ଏହାର ଘୋଷଣା କରାଯାଇଛି ।

ଫିଲ୍ମ ମହୋତ୍ସବର ଶୁଭ ଆରମ୍ଭ ତାଇକା ୱାଇଟିଟିଙ୍କ ନୂଆ କମେଡି ଫିଲ୍ମ ଜୋଜୋ ରାବିଟ ସହ ଆରମ୍ଭ ହେବ । ଆଇଏଫଏଫଏଏମ ଏହି ସଂସ୍କରଣରେ ହଂକଂରେ ଫିଲ୍ମ ନିର୍ମାତା ପିଟର ଚାନ କମ୍ପିଟିସନ ଜ୍ୟୁରୀର ଅଧ୍ୟକ୍ଷ ରହିବେ । ମହୋତ୍ସବର 2019 ସଂସ୍କରଣ ପାଇଁ ଦକ୍ଷିଣ କୋରିଆନ ବାୟ ବ୍ୟାଣ୍ଡର ସଦସ୍ୟ ପପ ଷ୍ଟାର ସୁହୋ ଓ ଫେମସ ଚୀନ ଅଭିନେତ୍ରୀ କ୍ୟାରିନ ଲାଉଙ୍କ ଟ୍ୟାଲେଣ୍ଟ ଆମ୍ବାସଡର ରୂପେ ନାମିତ କରାଯାଇଛି ।

ଏବର୍ଷ ଆଇଏଫଏଫଏଏମରେ ‘ସର୍ଟ୍ସ’ ନାମକ କମ୍ପିଟିସନର ଏକ ନୂଆ ଶ୍ରେଣୀ ମଧ୍ୟ ରଖାଯାଇଛି । ଏହି ମହୋତ୍ସବରେ ଏସିଆ ଫିଲ୍ମ ଜଗତରେ ଅବସ୍ମରଣୀୟ ଯୋଗଦାନକୁ ମାନ୍ୟତା ପ୍ରଦାନ କରାଯିବା ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.