ମୁମ୍ବାଇ: ଫେମସ ନିର୍ମାତା ଅନୁରାଗ କଶ୍ୟପ ସବୁବେଳେ ନିଜ ବିନ୍ଦାସ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦେବାକୁ କେବେ ମଧ୍ୟ ଭୁଲନ୍ତି ନାହିଁ । ଖାଲି ଏକିତି ନୁହେଁ ସେ ନିର୍ଦ୍ଦେଶନା ବ୍ୟତୀତ ଅଭିନୟରେ ମଧ୍ୟ ପାରଙ୍ଗମ ବୋଲି ସମସ୍ତଙ୍କୁ ଜଣା । ଇତିମଧ୍ୟରେ ସେ ପୁଣିଥରେ ନିଜ ଆକ୍ଟିଂ ଓ ଡାନ୍ସିଂ ସ୍କିଲ୍ସ ଦେଖାଇଛନ୍ତି ।
ସେ ଝିଅ ଆଲିୟା କଶ୍ୟପଙ୍କ ସହ ମିଶି ଟିକ ଟକରେ ସାମିଲ ହୋଇଛନ୍ତି । ଯାହାର କିଛି ଡାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଟିକ ଟକ ଦୁନିଆରେ ପଦାର୍ପଣ କରିଥିବା ଅନୁରାଗଙ୍କ ନୂଆ ଅବତାର ଭିଡିଓରେ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଘୂମକେତୁ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି କମେଡି ଡ୍ରାମା ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀ ।