ମୁମ୍ବାଇ: ଶିଶୁ କଳାକାର ରୂପେ ବଲିଉଡର ଅନେକ ଫିଲ୍ମରେ ଅଭିନୟ କରିଥିବା ହ୍ୟାଣ୍ଡସମ ଆକ୍ଟର କୁନାଲ ଖେମୁ 15 ବର୍ଷ ପୂର୍ବେ ବଲିଉଡରେ ଅଭିନେତା ରୂପେ ପଦାର୍ପଣ କରିଥିଲେ । ସେ ଚର୍ଚ୍ଚିତ ଫିଲ୍ମ ‘କଲୟୁଗ’ରେ ଡେବ୍ୟୁ କରିଥିଲେ । ଆଉ ନିଜ ପ୍ରଥମ ଫିଲ୍ମରୁ ବେଶ୍ ପ୍ରଶଂସା ମଧ୍ୟ ପାଇଥିଲେ । ବୁଧବାର ଫିଲ୍ମ ରିଲିଜକୁ 15 ବର୍ଷ ପୂରଣ ହୋଇଛି । ଏହି ଅବସରରେ ସେ ଫିଲ୍ମକୁ ନେଇ ସେୟାର କରିଛନ୍ତି ସ୍ପେଶାଲ କଥା ।
ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋ କ୍ୟାରିୟର ଯେଉଁଭଳି ଭାବରେ ଚାଲିଛି ଦର୍ଶକ ମତେ ସର୍ବକନିଷ୍ଠ ନବାଗତ ଭାବରେ ଦେଖୁଛନ୍ତି, ଯିଏ କି ଅନ୍ୟ ଦୁଇ ବର୍ଷ ମଧ୍ୟରେ ଡେବ୍ୟୁ କରୁଛନ୍ତି । ବର୍ତ୍ତମାନ ମିଳିଥିବା କାମକୁ ନେଇ ମୁଁ ବହୁତ ଖୁସି ଏବଂ ଉତ୍ସାହିତ ମଧ୍ୟ ଅଛନ୍ତି । ମୁଁ ଆଶୁତୋଷ ରାଣାଙ୍କ ସହ ଶିଶୁ ଅଭିନେତା ଭାବରେ କାମ କରିଥିଲେ ଏବଂ କଲିୟୁଗରେ ତାଙ୍କ ସହିତ ଲଢିଥିଲି । ସେହି ଗତିଶୀଳତାରେ ଅଭ୍ୟସ୍ତ ହେବାକୁ ଟିକିଏ ସମୟ ଲାଗିଲା । ହେଲେ ସବୁ କିଛି ଭଲ ଥିଲା । ଫିଲ୍ମରୁ ଭଲ ସ୍ମୃତି ମୋ ପାଖରେ ଅଛି । ମୁଁ ବହୁତ ଖୁସି ଯେ ଏହି ଫିଲ୍ମରେ ମତେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ।’
ପ୍ରକାଶ ଥାଉକି ମୋହିତ ସୁରିଙ୍କ ଏହି ଫିଲ୍ମରେ କୁନାଲଙ୍କ ବ୍ୟତୀତ ସ୍ମାଇଲି ସୁରି, ଦୀପାଲ, ଇମରାନ ହାସମୀ, ଅମୃତା ରାଓ, ଅତୁଲ ପାରଚୁରି, ଆଶୁତୋଷ ଭଳି କଳାକରା ଦମଦାର ଅଭିନୟ କରିଥିଲେ ।